ବଲାଙ୍ଗୀର: ଜିଲ୍ଲା କଂଗ୍ରେସ ପକ୍ଷରୁ ଜାତୀୟ ଗଣମାଧ୍ୟମର ଜଣେ ସମ୍ପାଦକଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି । ନିକଟରେ ମହାରାଷ୍ଟ୍ରର ପାଲଘର ଠାରେ ଦୁଇ ସାଧୁ ଓ ଜଣେ ଡ୍ରାଇଭରଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା। ଯାହାକୁ ନେଇ ଏକ ଜାତୀୟ ଗଣମାଧ୍ୟମ ସମ୍ବାଦ ପରିବେଷଣ କରିଥିଲେ । ଯେଉଁଥିରେ ସେ ଭୁଲ ତଥ୍ୟ ଦେଇ ଜାତିଆଣ ହିଂସା ସୃଷ୍ଟି କରିବା ଭଳି ସମ୍ବାଦ ପରିବେଷଣ କରିବା ସହ କଂଗ୍ରେସ ଓ ଜାତୀୟ ନେତାଙ୍କ ନାଁରେ ମିଥ୍ୟା ଖବର ପରିବେଷଣ କରିଥିବାର ଅଭିଯୋଗ ଆଣିଛି ଦଳ ।
ପାଲଘର ହିଂସା: ସାମ୍ବାଦିକଙ୍କ ନାଁରେ କଂଗ୍ରେସର ଲିଖତ ଅଭିଯୋଗ
ପାଲଘର ହିଂସା ଘଟଣାରେ ବଲାଙ୍ଗିର କଂଗ୍ରେସ ପକ୍ଷରୁ ଜାତୀୟ ଗଣମାଧ୍ୟମର ଜଣେ ସାମ୍ବାଦିକଙ୍କ ନାଁରେ ଲିଖିତ ଅଭିଯୋଗ ଦିଆଯାଇଛି । ଅଧିକ ପଢନ୍ତୁ...
ପାଲଘର ହିସାଂ: ଜାତୀୟ ଗଣମାଧ୍ୟମର ଜଣେ ସାମ୍ବାଦିକଙ୍କ ନାଁରେ କଂଗ୍ରେସର ଲିଖତ ଅଭିଯୋଗ
ଏହାକୁ ନେଇ ସମ୍ପୃକ୍ତ ଗଣମାଧ୍ୟମର ସମ୍ପାଦକ ତଥା ସାମ୍ବାଦିକଙ୍କ ନାଁରେ ବଲାଙ୍ଗିର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଯେଉଁଥିରେ ଜିଲ୍ଲା କଂଗ୍ରେସ ବରିଷ୍ଠ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜେ ଏହି ଅଭିଯୋଗ ଆଣିଛନ୍ତି । ଏହାସହ ଆଇନ ଅନୁସାରେ ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଦାବି କରିଛନ୍ତି ।
ବଲାଙ୍ଗିରରୁ ଏସକେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ