ଓଡିଶା

odisha

ETV Bharat / state

ସୋମବାର ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ, ବିରୋଧ ପାଇଁ କଂଗ୍ରେସର ସଜବାଜ - tomorrow

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଗସ୍ତରେ ଆସିବେ। ଏଠାରେ ମାରାଥନ ନିର୍ବାଚନ ପ୍ରଚାର କରିବାକୁ ଥିବାବେଳେ ଏକ ମେଗା ରୋଡ ଶୋ ମଧ୍ୟ କରିବେ । ତେବେ ଏଥିପାଇଁ ସମସ୍ତ କାର୍ଯ୍ୟକ୍ରମର ସମୟ ସ୍ଥିର ହୋଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବଲାଙ୍ଗୀର

By

Published : Apr 14, 2019, 6:51 PM IST

ବଲାଙ୍ଗୀର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଗସ୍ତରେ ଆସିବେ। ଏଠାରେ ମାରାଥନ ନିର୍ବାଚନ ପ୍ରଚାର କରିବାକୁ ଥିବାବେଳେ ଏକ ମେଗା ରୋଡ ଶୋ ମଧ୍ୟ କରିବେ । ତେବେ ଏଥିପାଇଁ ସମସ୍ତ କାର୍ଯ୍ୟକ୍ରମର ସମୟ ସ୍ଥିର ହୋଇଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବଲାଙ୍ଗୀର

ଦିନ ୧୨ଟା ୩୦ ମିନିଟ ସମୟରେ ପ୍ରଥମେ ଜିଲ୍ଲାର ପାଟଣାଗଡରେ ହେଲିକପ୍ଟର ଯୋଗେ ଆସିବେ ମୁଖ୍ୟମନ୍ତ୍ରୀ।

ଏଠାରେ ସାଧାରଣ ସଭାରେ ଲୋକଙ୍କୁ ତଥା ବିଜେଡି କର୍ମୀଙ୍କୁ ଉଦବୋଧନ ଦେବେ।

ପୁଣି ହେଲିକପ୍ଟର ଯୋଗେ ବେଲପଡା ଯାଇ ସେଠାରେ ମଧ୍ୟ ସାଧାରଣ ସଭାରେ ଯୋଗ ଦେବେ।

ବେଲପଡାରୁ ସେ ରୋଡ ଶୋ ଆରମ୍ଭ କରି କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା, ହଲଦି, ଟିଟିଲାଗଡ, ବେଲଗାଁ, ସଇଁନ୍ତଳା, ତୁଷୁରା ଛକ, ଦେଓଗାଁ, ବଲାଙ୍ଗୀର, ଲୋଇସିଂହା ଓ ସାଲେଭଟାରେ ରୋଡ ଶୋ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ସବୁ ବିଜେଡି ନେତାମାନେ ଉଦ୍ୟମ କରୁଛନ୍ତି । ଅନ୍ୟପଟେ ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସର ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଟିଟିଲାଗଡରେ କିନ୍ତୁ କଂଗ୍ରେସ ଦଳ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି।

ଟିଟିଲାଗଡକୁ ଜିଲ୍ଲା ଦାବି, ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନ୍ୟାନ୍ୟ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବହୁ ଦିନରୁ ଦାବି ହେଉଥିଲେ ସୁଦ୍ଧା ଏଯାଏଁ କୌଣସି ପଦକ୍ଷେପ ନିଆ ନ ଯିବାରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ତୀବ୍ର ବିରୋଧ କରାଯିବ ବୋଲି କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details