ବଲାଙ୍ଗୀର: ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ ଆଘାତ ଲାଗି ସ୍ଵାମୀ ସ୍ତ୍ରୀଙ୍କ ଶୋଚନୀୟ ଭାବେ ମୃତ୍ୟୁ ହୋଇଛି । ଜିଲ୍ଲାର ଖପ୍ରାଖୋଲ ବ୍ଲକ୍ ତୁର୍ଲା ଗାଁରେ ଏହି ଘଟଣା ଘଟିଛି। ମୃତ ସ୍ବାମୀ ସ୍ତ୍ରୀ ସେହି ଗାଁର ଅମ୍ର ବାଘ୍ ଓ ଶୁକ୍ର ଵାଘ ବୋଲି ପରିଚୟ ମିଳିଛି ।
ସୂଚନା ଅନୁସାରେ ତାଙ୍କ ନିଜ ଘରେ ଗୋଟିଏ କୋଠରୀରୁ ଆଉ ଗୋଟେ କୋଠରୀକୁ ଯାଇଥିବା ବିଦ୍ୟୁତ୍ ତାର ଛିଣ୍ଡି ସେଠାକାର ଥିବା ଟିଣ କବାଟରେ ଲାଗି ରହିଥିଲା। ଅମ୍ର ବାଘ ପ୍ରଥମେ ଅଜାଣତରେ କବାଟ ଖୋଲିବାକୁ ଯାଇ ଆଘାତ ପାଇ ତଳେ ପଡ଼ିଯାଇଥିଲେ ।