ଓଡିଶା

odisha

ETV Bharat / state

ଶୌଚ ପାଇଁ ଗୋଷ୍ଠୀ ସଂଘର୍ଷ, ଉଭୟ ପକ୍ଷର ଥାନା ଘେରାଉ - balangir conflict

ବାହାରେ ଶୌଚ ଯିବାକୁ ନେଇ ବଲାଙ୍ଗୀର ପୁଇଁନ୍ତଳା ବ୍ଲକ ଆଇଁଲା ସାରି ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟଣା । ଗାଁରେ ଉତ୍ତେଜନା ଜାରି । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଉଭୟ ଗୋଷ୍ଠୀର ଥାନା ଘେରାଉ । ଅଧିକ ପଢନ୍ତୁ...

ଶୌଚ ପାଇଁ ଗୋଷ୍ଠୀ ସଂଘର୍ଷ ଘଟଣା, ଉଭୟ ପକ୍ଷର ଥାନା ଘେରାଉ
ଶୌଚ ପାଇଁ ଗୋଷ୍ଠୀ ସଂଘର୍ଷ ଘଟଣା, ଉଭୟ ପକ୍ଷର ଥାନା ଘେରାଉ

By

Published : Aug 29, 2020, 7:34 AM IST

ବଲାଙ୍ଗୀର: ବାହାରେ ଶୌଚ ଯିବାକୁ ନେଇ ପୁଇଁନ୍ତଳା ବ୍ଲକ ଆଇଁଲା ସାରି ଗ୍ରାମରେ ଦେଖାଯାଇଥିବା ଗୋଷ୍ଠୀ ସଂଘର୍ଷ ପାଇଁ ଗାଁରେ ଉତ୍ତେଜନା ଲାଗି ରହିଛି । ଏହାର ସମାଧାନ ତଥା ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଉଭୟ ଗୋଷ୍ଠୀ ଥାନା ଘେରାଉ କରିଛନ୍ତି ।

ସେପଟେ ପୋଲିସ ଘଟଣାରେ ଦୁଇଟି ମାମଲା ରୁଜୁ କରିବା ସହ ଦୁଇ ପକ୍ଷରୁ 12 ଜଣଙ୍କୁ ଗିରଫ କରିଛି । ସେହିପରି ଗାଁରେ ଶାନ୍ତି ଫେରାଇ ଆଣିବା ପାଇଁ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ଶୌଚ ପାଇଁ ଗୋଷ୍ଠୀ ସଂଘର୍ଷ ଘଟଣା, ଉଭୟ ପକ୍ଷର ଥାନା ଘେରାଉ

ସୂଚନାଥାଉକି, ଆଇଁଲା ସାରି ଗ୍ରାମରେ ବାହାରେ ଶୌଚ ଯିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଯେଉଁଥିରେ ଜଣକର ମୃତ୍ୟୁ ହୋଇଥିବାବେଳେ ଚାରିରୁ ଅଧିକ ଜଣ ଆହତ ହୋଇଥିଲେ। ଏହାସହ 30ରୁ ଅଧିକ ପରିବାରଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାର ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଉଭୟ ଗୋଷ୍ଠୀ ଥାନା ଘେରାଉ କରିଛନ୍ତି । ଅନ୍ୟପଟେ ଦଳିତଙ୍କ ଘରଭଙ୍ଗା ଘଟଣାକୁ ନେଇ ବିଭିନ୍ନ ସଂଗଠନ ସାମ୍ନାକୁ ଆସିଛନ୍ତି। ଲୋକଙ୍କୁ ଶୀଘ୍ର କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି।

ଗୋଟିଏ ପଟେ ଏହି ଗୋଷ୍ଠୀ ସଂଘର୍ଷ ଏବେ ଜଟିଳ ପରିସ୍ଥିତି ଆଡକୁ ମୁହାଉଁଥିବାବେଳେ ପୋଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ନିଜେ ଲୋକଙ୍କୁ ବୁଝାସୁଝା କରିବାର ଚେଷ୍ଟା ଜାରି ରଖିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ABOUT THE AUTHOR

...view details