ଓଡିଶା

odisha

By

Published : Nov 28, 2019, 11:36 PM IST

ETV Bharat / state

ବିପୁଳ ପରିମାଣର କଫସିରପ ଜବତ, 3 ଗିରଫ

ବଲାଙ୍ଗୀର ପୋଲିସକୁ ବଡ ସଫଳତା । ବିପୁଳ ପରିମାଣର କଫସିରପ ଜବତ । ତିନି ଜଣଙ୍କୁ ଗିରଫ । ଅଧିକ ପଢନ୍ତୁ...

ବଲାଙ୍ଗୀରରେ କଫସିରପ ନିଶା: ପୋଲିସ ହାତରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ
ବଲାଙ୍ଗୀରରେ କଫସିରପ ନିଶା: ପୋଲିସ ହାତରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ

ବଲାଙ୍ଗୀର: ପୋଲିସକୁ ମିଳିଛି ବଡ ସଫଳତା । ବିପୁଳ ପରିମାଣର କଫସିରପ ଜବତ । ତିନି ଜଣଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ବଲାଙ୍ଗୀରରେ କଫସିରପ ନିଶା: ପୋଲିସ ହାତରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ
ସୂଚନାଯୋଗ୍ୟ ଯେ ଅନେକ ଦିନରୁ ବଲାଙ୍ଗୀରରେ ଅବାଧ ଭାବରେ ବଢିଚାଲିଥିଲା ନିଶା କାରବାର । କଫସିରପକୁ ନିଶା ଆକାରରେ ବହୁଳ ମାତ୍ରାରେ ବିକ୍ରି ହେଉଥିଲା । ଏଥିରେ ଯୁବଗୋଷ୍ଠୀ ଅଧିକ ମାତ୍ରାରେ ପ୍ରଭାବିତ ହେଉଥିଲେ । ଏହାସହ ଜିଲ୍ଲାରେ ଅପରାଧ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବାରେ ଲାଗିଥିଲା । କିଛିଦିନ ପୂର୍ବରୁ ଏହାର ମାଷ୍ଟର ମାଇଣ୍ଡକୁ ପୋଲିସ ଗିରଫ କରିଥିଲା । ଏବେ ଲକ୍ଷାଧିକ ଟଙ୍କାର ଏହି କଫସିରପ ଜବତ କରି ପାଇଛି ବଡ ସଫଳତା ।ଖବର ଅନୁସାରେ ପୋଲିସର ଏକ ସ୍ବତନ୍ତ୍ର ଟିମ ଏହି ଅପରେସନରେ ନିୟୋଜିତ ହୋଇଥିଲା । ବିଶ୍ଵସ୍ତ ସୂତ୍ରରୁ ଏକ ବଡ ଧରଣର ନିଶା ସାମଗ୍ରୀ ଭାବରେ ବିକ୍ରି ହେଉଥିବା ତଥା ନିଷିଦ୍ଧ ଥିବା କଫସିରପ ବଲାଙ୍ଗୀର ଆସିବାର ଥିଲା । ଖବର ପାଇ ପୋଲିସ ବୁଧବାର ରାତିରେ ବଲାଙ୍ଗୀର-ସୁବର୍ଣ୍ଣପୁର ରାସ୍ତାରେ ତଲାସି କରୁଥିଲା । ଏହି ସମୟରେ ଏକ ପିକଅପ ଭ୍ୟାନ ଦ୍ରୁତ ଗତିରେ ଆସି ପୋଲିସ ଉପରକୁ ଗାଡି ଚଢାଇ ଫେରାର ଉଦ୍ୟମ କରିଥିଲା । ଯେଉଁଥିରେ ପୋଲିସ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିଲେ ।ତେବେ ସମ୍ପୃକ୍ତ ପିକଅପ ଭ୍ୟାନକୁ ଧରିବାରେ ପୋଲିସ ସଫଳ ହୋଇଥିଲା । ଏଥିରୁ ପୋଲିସ 48 ପେଟି କଫସିରପ ଜବତ କରିଥିଲା । ଏଥିରେ 7680 ବୋତଲ କଫସିରପ ଓ 10,680 ରେକୋ ଡେଲ କଫସିରଫ ବୋତଲ ଥିଲା । ଯାହାର ମୂଲ୍ୟ ଦଶ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଏହି ନିଶାଦ୍ରବ୍ୟ କଟକରୁ ବଲାଙ୍ଗୀର ଆସୁଥିବା ପୋଲିସ ସୂଚନା ଦେଇଛି । ସେହିପରି ଏଥିରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ପ୍ରଶାନ୍ତ ଖେତି, ରାଜୁ ପ୍ରଦାନ ଓ ସୁଶିଲ ବାରିକ ।ଘଟଣାରେ ଜଣେ ଫେରାର ଥିବା ବେଳେ ପୋଲିସ ଧରିବାକୁ ଉଦ୍ୟମ କରୁଛି । ଗିରଫ ଅଭିଯୁକ୍ତ ବଲାଙ୍ଗୀରରେ ନିଶା ଡନ ସାନ ଓରଫ ଗୋବିନ୍ଦ ନେଗିକୁ ମଧ୍ୟ ଏହି ନିଶା ସାମଗ୍ରୀ ଯୋଗାଉଥିବାର ସ୍ବୀକାର କରିଛନ୍ତି । ଘଟଣାରେ ପୁଇନ୍ତଳା ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଏଥିରେ ତିନୋଟି ମୋବାଇଲ ମଧ୍ୟ ଜବତ କରିଛି । ହ୍ବାଟ୍ସ ଆପ ଦ୍ବାରା ପୋଲିସ ଏହି ଖବର ପାଇଥିବାବେଳେ ଏଭଳି ସୂଚନା ଦେବାକୁ ଲୋକଙ୍କୁ ଅନୁରୋଧ କରିଛି ।ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ABOUT THE AUTHOR

...view details