ଓଡିଶା

odisha

ETV Bharat / state

Panchayat Poll: ପଶ୍ଚିମ ଓଡିଶାରେ ବିଜେପିର ପ୍ରଚାର ଜୋରଦାର, ମଇଦାନରେ ବରିଷ୍ଠ - ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ 2022

ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ବଲାଙ୍ଗୀରରେ ବିଜେପିର ତୁଙ୍ଗନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଅଧିକ ପଢନ୍ତୁ

Panchayat Poll : ପଶ୍ଚିମ ଓଡିଶାରେ ବିଜେପିର ପ୍ରଚାର ଜୋରଦାର
Panchayat Poll : ପଶ୍ଚିମ ଓଡିଶାରେ ବିଜେପିର ପ୍ରଚାର ଜୋରଦାର

By

Published : Feb 11, 2022, 8:52 PM IST

ବଲାଙ୍ଗୀର :ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏନେଇ ଏବେ ଗାଁ ମୁହାଁ ହେଉଛନ୍ତି ନେତା । ନିଜ ଦଳର ଏଜେଣ୍ଡା ନେଇ ଗାଁ ଗାଁ ବୁଲି ଭୋଟ ପ୍ରଚାର କରୁଛନ୍ତି ।

Panchayat Poll : ପଶ୍ଚିମ ଓଡିଶାରେ ବିଜେପିର ପ୍ରଚାର ଜୋରଦାର

ବଲାଙ୍ଗୀରରେ ବିଜେପିର ତୁଙ୍ଗନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମଧ୍ୟ ଏବେ ଗାଁ ଗାଁ ଯାଇ ପ୍ରଚାର ଆରମ୍ଭ କରିଛନ୍ତି।

ତେବେ ପ୍ରଧାନମନ୍ତ୍ରୀଙ୍କ ସବକା ସାଥ ସବକା ବିକାଶର ମନ୍ତ୍ରକୁ ଗୁରୁତ୍ଵ ଦେଇ ପ୍ରଚାର କରୁଛନ୍ତି ବିଜେପି ନେତା । ସେହିପରି ପଲ୍ଲୀକୁ ଦିଲ୍ଲୀ ସହିତ ଯୋଡିଲେ ପ୍ରକୃତରେ ଗାଁର ବିକାଶ ସମ୍ଭବ ବୋଲି ଏମାନେ କହିଛନ୍ତି। ସମାନ ଭାବରେ ଗାଁ ଗୁଡିକର ସବୁ ସମସ୍ୟା ପ୍ରତି ଏମାନେ ଆଗକୁ ଧ୍ୟାନ ଦେବେ ।

ସମସ୍ତଙ୍କ ସର୍ବାଙ୍ଗୀନ ବିକାଶ ହେବ। ଯାହା ଦ୍ୱାରା ମୋଦିଙ୍କ ସ୍ଵପ୍ନର ଭାରତ ସମ୍ଭବ ହେବ । ତେବେ ବଲାଙ୍ଗୀରରେ ଏଥର ବିଜୟୀ ସମ୍ଭାବନା ଥିବା ଓ ଲୋକସେବାରେ ଆଗରେ ଥିବା ପ୍ରାର୍ଥୀଙ୍କୁ ଟିକଟ ଦିଆଯାଇଛି।

ଏହାବି ପଢନ୍ତୁ :LokSabha: ସାମୁଦ୍ରିକ ଅବକ୍ଷୟ ରୋକିବାକୁ ସଂସଦରେ ଦାବି କଲେ ଭର୍ତ୍ତୃହରି

ଯାହା ପାଇଁ ଏକ ସ୍ବତନ୍ତ୍ର କମିଟି ତଦାରଖ କରି ପ୍ରାର୍ଥୀ ବଛା ଯାଇଥିବା ବିଜେପି ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ସମାନ ଭାବରେ ଗତ ଥର ପରି ଏଥର ମଧ୍ୟ ବିଜେପି ପଞ୍ଚାୟତ ନିର୍ବାଚନରେ ସଫଳ ହେବ ବୋଲି ସେ କହିଛନ୍ତି। ତେବେ ତାଙ୍କ ସହ ପ୍ରଚାରର ମଙ୍ଗ ଧରିଥିବା ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ମନ୍ତ୍ର ହିଁ ତାଙ୍କର ଏଜେଣ୍ଡା ବୋଲି କହିଛନ୍ତି।

ଲୋଇସିଂହା ଅଞ୍ଚଳର ସବୁ ଜିଲ୍ଲା ପରିଷଦ ଜୋନରେ ବିଜେପି ବିଜୟୀ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତେବେ ଗତ ନିର୍ବାଚନରେ ବଲାଙ୍ଗୀରରେ ବିଜେପି 34ଟି ଜିଲ୍ଲା ପରିଷଦ ଆସନରୁ 23 ଟି ଜିତି ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦବୀ ହାସଲ କରିଥିଲା। ଏବଂ ଏଥର ସେ ଏଥିରେ କେତେ ସଫଳ ହେଉଛି । ଭୋଟର କାହାକୁ ନିଜ ଜନପ୍ରତିନିଧି ବାଛୁଛନ୍ତି ତାହା ନିର୍ବାଚନ ଫଳାଫଳ ହିଁ ନିର୍ଣ୍ଣୟ କରିବ ।

ବାଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details