ବଲାଙ୍ଗୀର:କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସରଗରମ ରାଜ୍ୟ ରାଜନୀତି । ବିରୋଧୀଙ୍କ ହୋହାଲ୍ଲାରେ କମ୍ପୁଛି ରାଜ୍ୟ । ଏହି ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ତାତିଛି ବିଜେପି । ମମିତାଙ୍କୁ ନ୍ୟାୟ ପ୍ରଦାନ ସହ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆଜି(ଗୁରୁବାର) ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା ଦେଇଛି ବିଜେପି ଏବଂ ଜିଲ୍ଲାରେ ବନ୍ଦର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି ।
ଆଜି ବଲାଙ୍ଗୀର ଜିଲ୍ଲାରେ ସ୍କୁଲ, କଲେଜ, ଦୋକାନବଜାର ସବୁ କିଛି ବନ୍ଦ ରହିଛି । ଗାଡି ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଛି । କେବଳ ଜିଲ୍ଲାରେ ଜରୁରୀକାଳୀନ ସେବା ଜାରି ରହିଛି । ଗତକାଲି(ବୁଧବାର)କଳହାଣ୍ଡିରେ ବନ୍ଦ ଡାକରା ଦେଇଥିଲା ଦଳ ।