ଓଡିଶା

odisha

ETV Bharat / state

ବିଜେଡି ଗଡରେ ବିଜେପିର ଜିତାପଟ

ବଲାଙ୍ଗୀର ଲୋକସଭା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଲୋଇସିଂହାରେ ବିଧାନସଭା ଆସନରେ ବିଜେପିର ମୁକେଶ ମହାଲିଙ୍ଗ ବିଜୟୀ ହୋଇଛନ୍ତି ।

By

Published : May 25, 2019, 9:09 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

ବଲାଙ୍ଗୀର: ବଲାଙ୍ଗୀର ଲୋକସଭା ସଂସଦୀୟ କ୍ଷେତ୍ରକୁ ବିଜେଡିର ଗଡ କୁହାଯାଉଥିବା ବେଳେ ଚଳିତ ନିର୍ବାଚନରେ ଲୋଇସିଂହାରେ ଗେରୁଆ ବାନା ଉଡିଛି ।ଏହି ବିଧାନସଭା ଆସନରେ ବିଜେପିର ମୁକେଶ ମହାଲିଙ୍ଗ ୬୮ ହଜାର ଶହ ୪୬ ଭୋଟ ପାଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ପ୍ରଦୀପ କୁମାର ବେହେରା ୫୫ ହଜାର ୮ ଶହ ୨୫ ଭୋଟ ପାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

ତେବେ ମୋଟ ୧୨ ହଜାର ୮ ଶହ ୨୧ ଭୋଟ ଅଧିକ ପାଇ ବିଜେପି ମୁକେଶ ମହାଲିଙ୍ଗ ବିଜୟୀ ହୋଇଛନ୍ତି । ବିଜୟର ମୁକୁଟ ପିନ୍ଧିବା ପରେ ମୁକେଶ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି । ବିଶେଷ କରି ମୁକେଶ ପେଶାରେ ଜଣେ ବୈଜ୍ଞାନିକ ହୋଇଥିବା ବେଳେ ଚାକିରି ଛାଡି ରାଜନୀତିରେ ମନ ବଳାଇଛନ୍ତି । ଆଉ ପ୍ରଥମ ଥରରେ ହିଁ ସେ ଲୋଇସିଂହା ବିଜେପି ଟିକଟରୁ ଲଢି ଜିତାପଟ ମାରିଛନ୍ତି ।

ତେବେ ବଲାଙ୍ଗୀର ଲୋକସଭା ମଣ୍ଡଳୀରେ ତାଙ୍କ ବିଜୟ ଭୋଟର ହାର ସମସ୍ତଙ୍କ ଠାରୁ ଅଧିକ ରହିଛି । ତେବେ ଏହି ଜିତ ପାଇଁ ସେ ଲୋଇସିଂହାବାସୀଙ୍କୁ ଧନ୍ୟବାଦ ଜଣାଇ ଥିବା ବେଳେ ଏଠିକାର ମୁଳ ସମସ୍ୟା ଜଳସେଚନ, ବେରୋଜଗାରୀ, ଭତ୍ତା ଇତ୍ୟାଦି ଉପରେ ସେ ଗୁରୁତ୍ବ ଦେବେ ଓ ଏଥିପାଇଁ ସେ କାମ କରିବେ ବୋଲି କହିଛନ୍ତି ।

ବଲାଙ୍ଗିରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details