ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ବାଜି ମାରିଲେ ଟୁକୁନି ସାହୁ

ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଟିଟିଲାଗଡ ବିଧାନସଭା ଆସନରେ ବିଜେଡି ପ୍ରାର୍ଥିନୀ ଟୁକୁନି ସାହୁ ବାଜିମାତ କରିଛନ୍ତି ।

By

Published : May 24, 2019, 8:36 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

ବଲାଙ୍ଗୀର: ରାଜ୍ୟରେ ଚାଲିଲା ନବୀନ ଯାଦୁ । ବଲାଙ୍ଗୀର ଜିଲ୍ଲାର ଲୋକସଭା ମଣ୍ଡଳୀ ଅର୍ନ୍ତଗତ ଟିଟିଲାଗଡ ବିଧାନସଭା ଆସନରେ ବିଜେଡି ପ୍ରାର୍ଥିନୀ ଟୁକୁନି ସାହୁ ବାଜିମାତ କରିଛନ୍ତି । ଟୁକୁନିଙ୍କୁ ଟିଟିଲାଗଡ଼ବାସୀ ଦ୍ୱିତୀୟ ଥର ପାଇଁ ବିଧାୟିକା ଭାବରେ ନିର୍ବାଚିତ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ତେବେ ଏଥର ତାଙ୍କ ନିକଟ ପ୍ରତିଦ୍ୱନ୍ଦ୍ବୀ କଂଗ୍ରେସର ସୁରେନ୍ଦ୍ର ସିଂହ ଭୋଇଙ୍କ ସହିତ କଡା ଟକ୍କର ହୋଇଥିବା ବେଳେ ଟୁକୁନି ତାଙ୍କୁ ୨୦ହଜାର ଭୋଟରେ ହରାଇଛନ୍ତି । ସେ ବିଜୟୀ ହେବା ପରେ ସାଧାରଣ ଜନତାଙ୍କୁ କୃତଜ୍ଞତା ଜଣାଇବା ସହ ବାକି ଥିବା ସବୁ ପ୍ରକାରର ବିକାଶମୂଳକ କାମକୁ ତ୍ୱରାନ୍ୱିତ କରିବେ ବୋଲି କହିଛନ୍ତି ।

ତେବେ ଆଗକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆର୍ଶିବାଦରେ ଟିଟିଲାଗଡର ସର୍ବାଙ୍ଗୀନ ଉନ୍ନତୀ କରିବାରେ ସଫଳ ହେବେ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details