ଓଡିଶା

odisha

By

Published : May 29, 2021, 1:55 PM IST

ETV Bharat / state

କୋରୋନା ନେଲା ବ୍ୟାଙ୍କ ମ୍ୟାନେଜରଙ୍କ ଜୀବନ

କୋରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ ବଲାଙ୍ଗୀର ବିଡିସିସି ସଦର ବ୍ୟାଙ୍କ ମ୍ୟାନେଜର ସଞ୍ଜୟ ମହାନ୍ତି । ଅଧିକ ପଢନ୍ତୁ...

କୋରୋନା ନେଲା ବ୍ୟାଙ୍କ ମ୍ୟାନେଜରଙ୍କ ଜୀବନ
କୋରୋନା ନେଲା ବ୍ୟାଙ୍କ ମ୍ୟାନେଜରଙ୍କ ଜୀବନ

ବଲାଙ୍ଗୀର: କୋରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ ବଲାଙ୍ଗୀର ବିଡିସିସି ସଦର ବ୍ୟାଙ୍କ ମ୍ୟାନେଜର ସଞ୍ଜୟ ମହାନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହେଉଥିଲା । କୋରୋନାରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ୨୦ ଦିନ ପୂର୍ବରୁ ସେ ବ୍ୟାଙ୍କର ଅନେକ କର୍ମଚାରୀ ସହ କୋରୋନାରେ ଆକ୍ରାନ୍ତ ହୋଇଥିଲେ।

କୋରୋନା ନେଲା ବ୍ୟାଙ୍କ ମ୍ୟାନେଜରଙ୍କ ଜୀବନ

ଏହା ପରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ସଞ୍ଜୟ ରାଧାରାଣୀପଡ଼ା ବିଷ୍ଣୁ ମହାନ୍ତିଙ୍କ ଜ୍ୟେଷ୍ଠ ପୁତ୍ର । ତାଙ୍କ ଅକାଳ ବିୟୋଗରେ ବଲାଙ୍ଗୀରରେ ଶୋକର ଛାୟା ଖେଳି ଯାଇଛି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details