ଓଡିଶା

odisha

ETV Bharat / state

ଜାନୁଆରୀ ୮ରେ ଭାରତ ବନ୍ଦ,ପୂର୍ଣ୍ଣ ପ୍ରସ୍ତୁତିରେ ବଲାଙ୍ଗୀର ଶ୍ରମିକ ସଙ୍ଗଠନ

ଆସନ୍ତା ଜାନୁଆରୀ 8 ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ଶ୍ରମିକ ସଙ୍ଗଠନ। ଏହାକୁ ବଲାଙ୍ଗୀରର ସବୁ ଶ୍ରମିକ ସଙ୍ଗଠନ ମଧ୍ୟ ସମର୍ଥନ ଦେଇ ଜିଲ୍ଲାକୁ ସମ୍ପୂର୍ଣ୍ଣ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି। ଅଧିକ ପଢନ୍ତୁ...

Bharat Bandh
ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

By

Published : Jan 7, 2020, 7:56 AM IST

ବଲାଙ୍ଗୀର: ଆସନ୍ତା ଜାନୁଆରୀ 8 ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ଶ୍ରମିକ ସଙ୍ଗଠନ। ଏହାକୁ ବଲାଙ୍ଗୀରର ସବୁ ଶ୍ରମିକ ସଙ୍ଗଠନ ମଧ୍ୟ ସମର୍ଥନ ଦେଇ ଜିଲ୍ଲାକୁ ସମ୍ପୂର୍ଣ୍ଣ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି।

ଆସନ୍ତା ୮ତାରିଖରେ ଭାରତ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ। ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ସିଏଏକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଏହାକୁ ବଲାଙ୍ଗୀରର ସବୁ ଶ୍ରମିକ ସଙ୍ଗଠନ ମଧ୍ୟ ସମର୍ଥନ ଦେଇ ଜିଲ୍ଲାକୁ ସମ୍ପୂର୍ଣ୍ଣ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି। ଏଥି ପାଇଁ ଆଜି ବଲାଙ୍ଗୀର ସହରରେ ଶ୍ରମିକ ସଙ୍ଗଠନ ପଥପ୍ରାନ୍ତ ସଭା କରି ଲୋକଙ୍କ ସମର୍ଥନ ଜୁଟାଇବା ପାଇଁ ପ୍ରୟାସ କରିଛନ୍ତି ।

ଭାରତ ବନ୍ଦ

ଘରୋଇ କରଣ ,ଚୁକ୍ତି ଭିତ୍ତିକ ଚାକିରୀକୁ ବିରୋଧ, ଦରଦାମର ଅହେତୁକ ବୃଦ୍ଧିର ପ୍ରତିବାଦ ଓ ଶ୍ରମିକଙ୍କ ସର୍ବନିମ୍ନ ମାସିକ ମଜୁରୀ 21 ହଜାରକୁ ବୃଦ୍ଧି ଭଳି ଦାବି ନେଇ ଏହି ବାନ୍ଦ ଡାକରା ଦିଆଯାଇଛି। ବଲାଙ୍ଗୀରର ସମସ୍ତ ଶ୍ରମିକ ସଙ୍ଗଠନ ଏକାଠି ହୋଇ ଏହି ବନ୍ଦରେ ସାମିଲ ହେବେ । 8 ତାରିଖରେ ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ, ଚକ, ଅଖ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ସଙ୍ଗଠନ କହିଛି।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details