ବଲାଙ୍ଗୀର: ସରକାରଙ୍କ ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲା ନାଗରିକ ବଲାଙ୍ଗୀର କମିଟି । ବଲାଙ୍ଗୀର ଜିଲ୍ଲା ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲେ ନାଗରିକ କମିଟି । ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତି କଥାର ଡିଣ୍ଡିମ ପିଡୁଥିବା ବେଳେ ଏହା କେବଳ କଥାରେ ସୀମିତ ରହି ଯାଉଛି । ବଲାଙ୍ଗୀରରେ ପ୍ରାୟ ସବୁ କେଲଜ ଓ ବିଶ୍ବ ବିଦ୍ୟାଳୟରେ ଅଧ୍ୟାପକ ଅଭାବ ଥିବା ନାଗରିକ କମିଟି ଅଭିଯୋଗ କରିଛି ।
ଏହା ବି ପଢ଼ନ୍ତୁ3rd Richest CM Naveen: ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ନବୀନ, ଜାଣନ୍ତୁ କେତେ ସମ୍ପତ୍ତି ?
ନାଗରିକ କମିଟି ସଭାପତି କହିଛନ୍ତି,‘‘ସରକାର ବଲାଙ୍ଗୀର ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଆସୁଛନ୍ତି । ନାଁ ଆଛି ଉତ୍ତମ ଶିକ୍ଷା ନାଁ ସ୍ବସ୍ଥ୍ୟ ବ୍ୟବସ୍ଥା । ସରକାର ରାଜେନ୍ଦ୍ର କଲେଜକୁ ବିଶ୍ବ ବିଦ୍ୟାଳୟ ଘୋଷଣା କରିବାର 3 ବର୍ଷ ବିତି ଥିବା ବେଳେ ଏଯାଏଁ ସେଠି ଅଧ୍ୟାପକ ନିଯୁକ୍ତି ପାଇନାହିଁନ୍ତି । ସେହିପରି ରମାଦେବୀ ବିଶ୍ବବିଦ୍ୟାଳୟ ସମୟରେ ସ୍ଥାପିତ ହୋଇଥିବା ବଲାଂଗୀର ମହିଲା ମହାବିଦ୍ୟାଳୟରେ ଆଜି ବି ଅଧ୍ୟାପକଙ୍କ ଘୋର ସମସ୍ୟା ରହିଛି ।’’
ଏହାସହ ସେ ଆହୁରୀ ମଧ୍ୟ କହିଛନ୍ତି,‘‘ଖାଲି ଶିକ୍ଷା ନୁହେଁ ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସରକାର ବଲାଙ୍ଗୀରକୁ ଅବହେଳା କରୁଛନ୍ତି । ଜିଲ୍ଲାରେ ଥିବା ସବୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନର୍ସ ଅଭାବ ରହିଛି । ହସ୍ପିଟାଲରେ ରୋଗୀଙ୍କ ଅନୁଯାୟୀ ବେଡ ନାହିଁ । ଯାହାକୁ ବିରୋଧ କରି ଆନ୍ଦେଳନକୁ ଓହ୍ଲାଇଛୁ ।’’