ଓଡିଶା

odisha

ETV Bharat / state

ପାର୍ବଣ ଋତୁ ପାଇଁ ଗାଇଡଲାଇନ ଜାରି କଲା ବଲାଙ୍ଗୀର ପ୍ରଶାସନ

ଆଗକୁ ଆସୁଛି ପାର୍ବଣ ଋତୁ । ସଂକ୍ରମଣକୁ ଦୃଷ୍ଟିରେ ରଖି ବଲାଙ୍ଗୀରରେ ଗାଇଡଲାଇନ ଜାରି କଲେ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ପାର୍ବଣ ଋତୁ ପାଇଁ ଗାଇଡଲାଇନ ଜାରି କଲେ ବଲୀଙ୍ଗୀର ପ୍ରଶାସନ
ପାର୍ବଣ ଋତୁ ପାଇଁ ଗାଇଡଲାଇନ ଜାରି କଲେ ବଲୀଙ୍ଗୀର ପ୍ରଶାସନ

By

Published : Sep 1, 2021, 12:40 PM IST

ବଲାଙ୍ଗୀର: ସେପ୍ଟେମ୍ବର ମାସରୁ ଆରମ୍ଭ ହେବ ପାର୍ବଣ ଋତୁ । ଆଗକୁ ଆସୁଛି ଗଣେଷ ପୂଜା, ନୂଆଖାଇ ଓ ଦଶହାର। ଏହି ଅବସରରେ ସଂକ୍ରମଣକୁ ଦୃଷ୍ଟିରେ ନୂଆ ଗାଇଡଲାଇନ ଜାରି କରିଛି ଜିଲ୍ଲା ପ୍ରଶାସନ ।

ପାର୍ବଣ ଋତୁ ପାଇଁ ଗାଇଡଲାଇନ ଜାରି କଲେ ବଲୀଙ୍ଗୀର ପ୍ରଶାସନ



ରାଜ୍ୟ ସରକାର ସେପ୍ଟେମ୍ବର ଗାଇଡଲାଇନ ଜାରି କରିଥିବାବେଳେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ମଧ୍ୟ କୋରୋନାକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କରିଛନ୍ତି । ଯେଉଁଥିରେ ପୂଜା ମଣ୍ଡପଗୁଡିକ ଆବଦ୍ଧ କରାଯିବା ସହ ମୂର୍ତ୍ତିର ଉଚ୍ଚତା ୪ ଫୁଟ ରହିବ ବୋଲି ପ୍ରଶାସନ କହିଛି । ସେହିପରି ପୂଜାରେ ୭ ଜଣ ପୂଜକ କେବଳ ନୀତିକାନ୍ତି ପାଇଁ ଉପସ୍ଥିତ ରହିବେ । ଅନ୍ୟପଟେ ଏଥର ମଧ୍ୟ ସାଧାରଣ ଦର୍ଶନ ଉପରେ କଟକଣା ଲଗାଯାଇଛି ।

ସେହିପରି ଲୋକଙ୍କୁ ତଥା ସଂଗଠନଗୁଡିକୁ କୋଭିଡ ନିୟମ କଡାକଡି ମାନିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି । ସମାନ ଭାବରେ ସାଧାରଣ ଲୋକଙ୍କୁ ମଧ୍ୟ ପୂଜା ପାର୍ବଣ ନାଁରେ କୌଣସି ସ୍ଥାନରେ ଭିଡ ନ କରିବା ପାଇଁ ଅନୁରୋଧ କରିଛି ପ୍ରଶାସନ । ନିୟମ ମାନି ଚଳିଲେ କୋଭିଡକୁ ସଫଳତାର ସହ ମୁକାବିଲା କରାଯାଇ ପାରିବ ବୋଲି ପ୍ରଶାସନ କହିଛି ।



ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details