ଓଡିଶା

odisha

ETV Bharat / state

ବଲାଙ୍ଗୀର ବ୍ୟାଟେଲ ଗ୍ରାଉଣ୍ଡ: କ୍ୟାମ୍ପେନିଂ with କ୍ରିମିନାଲ

ନେତାଙ୍କ କ୍ରାଇମ କନେକସନ । ଅପରାଧିଙ୍କ ସହ ଇଲେକସନ କ୍ୟାମ୍ପେନ ! ବାହୁବଳରେ ନେତା ନା ବାହୁବଳୀଙ୍କ ନେତା । ନେତାଗିରି ନା ଦବଙ୍ଗଗିରୀ !

By

Published : Apr 3, 2019, 6:05 PM IST

ଫଟୋ ସୌଜନ୍ୟ: ସମ୍ୱାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ନିର୍ବାଚନକୁ ନେଇ ସବୁଠି ମାହୋଲ ସରଗରମ । ହେଲେ ବଲାଙ୍ଗୀରରେ କ୍ରାଇମକୁ ନେଇ । ଉଭୟ ବିଜେଡି ଓ କଂଗ୍ରେସର ଏଥିରେ ଲିଙ୍କ ଥିବା ଅଭିଯୋଗ ଆସିଛି । ଭଲକରି ନଜର ପକାନ୍ତୁ ଏଦୃଶ୍ୟକୁ । ଦିନ ଦୁଇପ୍ରହରରେ ପୁଇଁନ୍ତଳାବିଡିଓଙ୍କୁ ଅପହରଣ । ଆଉ ଏହି ପୁରା ଘଟଣାର ମାଷ୍ଟରମାଇଣ୍ଡ ସନ୍ତୋଷ ଗୁରାଣ୍ଡି । ଯିଏକି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ରାଇଟ ହ୍ୟାଣ୍ଡ ବୋଲି ଚର୍ଚ୍ଚା ହୁଏ। ପୁଇଁତଳା କଂଗ୍ରେସର ଉପସଭାପତି ଥିବା ସନ୍ତୋଷ ଏବେ ଦଳରୁ ନିଲମ୍ବିତ ।

ଭିଡିଓ ସୌଜନ୍ୟ: ସମ୍ୱାଦଦାତା, ବଲାଙ୍ଗୀର

ସେହିପରି ଜେଲ ଫେରନ୍ତା ଜିତେନ ଦିପ । ଜମି ମାଫିଆ ଏବଂ ଏକାଧିକ ଲୁଟରେ ସମ୍ପୃକ୍ତ ଟିମନର ଘନିଷ୍ଠ ସହଯୋଗୀ । ସେ ଏବେ ନରସିଂହଙ୍କ ନିର୍ବାଚନୀ ପ୍ରଚାରରେ । ମିଳିଛି ହଡାତାଲ ଦାୟିତ୍ବ । ଯାହାକୁ ନେଇ ମୁହାଁମୁହିଁ ବିଜେଡି-କଂଗ୍ରେସ ।

ଅନ୍ୟପଟେ ରାଜ ପରିବାରର କ୍ରାଇମ କନେକସନ ଥିବା ପାଲଟା ଅଭିଯୋଗ ଆଣିଛି କଂଗ୍ରେସ । ଏନେଇ କିଛି ଫଟୋ ବି ଜାରି କରିଛି ଦଳ । କ୍ରିମିନାଲଙ୍କ ଆଡ୍ଡା ପାଲଟିଥିବା ବଲାଙ୍ଗୀରକୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details