ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ଧରା ପଡିଲେ ସିରିଜ ଲୁଟେରା

ବଲାଙ୍ଗୀର ସହରରେ ଧରାପଡିଲେ ସିରିଜ ଲୁଟେରା । ବିଭିନ୍ନ ଲୁଟ ଘଟଣାରେ ସମ୍ପୃକ୍ତ ଥିବା ବେଳେ ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

By

Published : Feb 27, 2019, 12:05 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର


ବଲାଙ୍ଗୀର: ସହରରେ ସିରିଜ ଲୁଟେରାଙ୍କ ପର୍ଦ୍ଦାଫାସ କରିଛି ବଲାଙ୍ଗୀର ପୋଲିସ । ଜଣେ ନାବାଳକ ସମେତ 6 ଜଣକୁ ଗିରଫ କରିଛି ପୋଲିସ । ଏମାନଙ୍କଠାରୁ ତିନୋଟି ମୋଟର ସାଇକେଲ ସମେତ ତିନୋଟି ମୋବାଇଲ ଜବତ କରିବା ସହ କୋର୍ଟ ଚାଲାଣ କରିଛି ପୋଲିସ ।

ସୂଚନାନୁଯାୟୀ, ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜାମୁଟ ବାହାଲର ବାସିନ୍ଦା ନିମାଇଁ ଚରଣଙ୍କ ଠାରୁ କିଛି ଦୁର୍ବୃତ୍ତ ଆତର୍କିତ ଆକ୍ରମଣ କରିଥିଲେ । ଏହା ପରେ ତାଙ୍କ ଠାରୁ ମୋବାଇଲ, ବାଇକ ମଧ୍ୟ ଲୁଟିନେଇଥିଲେ ଲୁଟେରା । ତେବେ ଏହି ଘଟଣାରେ ପୋଲିସ ଯାଞ୍ଚ କରି ବରପାଲି ପଡାର ଯୁବକ ସୁଧୀର ବେହେରାଙ୍କୁ ଗିରଫ କରିଥିଲା । ଏହା ପରେ ଅନ୍ୟମାନଙ୍କ ବିଷୟରେ ଜାଣିବାକୁ ପାଇଥିଲା ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଜିଲ୍ଲା ସୁଦପଡାର ଗୋପାଲ ନାଗ, ଚିମନିଭାଟି ପଡାର ବିଶ୍ବଜିତ ମିଶ୍ର, ବରପାଲି ପଡାର ଅରୁନ ନାଗ ଓ ଜଣେ ନାବାଳକ ସହ ଚୋରି ସାମଗ୍ରୀ କିଣିଥିବା ଟିଟିଲାଗଡର ସୁଶାନ୍ତ ବଗର୍ତ୍ତୀକୁ ପୋଲିସ ଗିରଫ କରିଛି । ଏମାନେ ପାଖାପାଖି ଚାରୋଟି ଲୁଟ ମାମଲାରେ ସମ୍ପୃକ୍ତ ଥିବାର ପୋଲିସ ଜାଣିବାକୁ ପାଇଛି ।

ସେହିପରି ଏମାନେ ଲୁଟ କରୁଥିବା ସାମଗ୍ରୀକୁ ବିକ୍ରୀ କରି ମୋଟାଅଙ୍କର ଟଙ୍କା ଆଦାୟ କରୁଥିବା ବେଳେ ଏଭଳି ବିକ୍ରୀ କରିଥିବା ଗୋଟିଏ ମୋଟର ସାଇକେଲ ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରା ପଡିଛି । ତେବେ ଏମାନଙ୍କୁ ଆଜି ସଦର ପୋଲିସ କୋର୍ଟ ଚଲାଣ କରି ଆହୁରି ତଦନ୍ତ ଜାରି ରଖିଛି ।

ବଲାଙ୍ଗୀରରୁ ଶେକ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details