ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ପୁଣି ଜଣେ କୋରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା 9କୁ ବୃଦ୍ଧି

ବଲାଙ୍ଗୀରରେ ପୁଣି ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଏଥିସହ ଶନିବାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 9ରେ ପହଞ୍ଚିଛି । ଚିହ୍ନଟ ଆକ୍ରାନ୍ତ ବଲାଙ୍ଗୀର ସଇଁତଲା ବ୍ଲକ ଅନ୍ତର୍ଗତ ଟିକ୍ରାପଡ଼ାର ବୋଲି ଜଣାପଡିଛି ।

Another covid-19 postive identified in balangir
ବଲାଙ୍ଗୀରରେ ପୁଣି ଜଣେ କୋରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା 9କୁ ବୃଦ୍ଧି

By

Published : May 23, 2020, 4:28 PM IST

Updated : May 23, 2020, 5:19 PM IST

ବଲାଙ୍ଗୀର: ଜିଲ୍ଲାରେ ପୁଣି ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଏଥିସହ ଶନିବାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 9ରେ ପହଞ୍ଚିଛି । ଚିହ୍ନଟ ଆକ୍ରାନ୍ତ ବଲାଙ୍ଗୀର ସଇଁତଲା ବ୍ଲକ ଅନ୍ତର୍ଗତ ଟିକ୍ରାପଡ଼ାର ବୋଲି ଜଣାପଡିଛି ।

ସମ୍ପୃକ୍ତ ଆକ୍ରାନ୍ତ ଜଣକ ଗତ 18 ତାରିଖରେ ତେଲେଙ୍ଗାନାରୁ ବଲାଙ୍ଗୀର ଆସି ଏଠାକାର ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ତାଙ୍କର ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିବା ବେଳେ ଶନିବାର ସେ କୋରୋନା ପଜିଟିଭ ଥିବା ଜଣାପଡିଛି ।

ବଲାଙ୍ଗୀରରେ ପୁଣି ଜଣେ କୋରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା 9କୁ ବୃଦ୍ଧି

ଆକ୍ରାନ୍ତଙ୍କୁ ଭୁବନେଶ୍ୱର କିମ୍ସ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଚିହ୍ନଟ ଚାଲିଛି । ତେବେ ଘଟଣାକୁ ନେଇ କୌଣସି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇନାହିଁ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : May 23, 2020, 5:19 PM IST

ABOUT THE AUTHOR

...view details