ଓଡିଶା

odisha

ETV Bharat / state

ସୂଚନା ଅଧିକାର କର୍ମୀ ଓ ତାଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଖପ୍ରାଖୋଲ ବ୍ଲକର ଭାଲୁ ଦୁଙ୍ଗୁରୀ ଗ୍ରାମର ସୂଚନା ଅଧିକାର କର୍ମୀ କାଳିଆ ସାହୁ ଓ ତାଙ୍କ ପରିବାର ବର୍ଗକୁ ମରଣାନ୍ତକ ଆକ୍ରମଣ । ଖପ୍ରାଖୋଲ ପୋଲିସ ଏହାର ତଦନ୍ତ କରି 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅଧିକାର କର୍ମୀ ଓ ତାଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ ଅଭିଯୋଗ
ସୂଚନା ଅଧିକାର କର୍ମୀ ଓ ତାଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

By

Published : Aug 1, 2020, 10:19 AM IST

ବଲାଙ୍ଗୀର: ଜିଲ୍ଲାର ଜଣେ ସୂଚନା ଅଧିକାର କର୍ମୀ ଓ ତାଙ୍କ ପରିବାର ବର୍ଗଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। ଏହି ମରଣାନ୍ତକ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ବଲାଙ୍ଗୀର ଖପ୍ରାଖୋଲ ବ୍ଲକର ଭାଲୁ ଦୁଙ୍ଗୁରୀ ଗ୍ରାମର ସୂଚନା ଅଧିକାର କର୍ମୀ କାଳିଆ ସାହୁ ଆକ୍ରମଣର ଶୀକାର ହୋଇଛନ୍ତି ।

ସୂଚନା ଅଧିକାର କର୍ମୀ ଓ ତାଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ସୂଚନା ଅଧିକାର କର୍ମୀ କାଳିଆ ସାହୁ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତିର ପର୍ଦ୍ଦାଫାସ କରିଥିଲେ। ସେହିପରି ନିକଟରେ ସେ ଏମଜିଏନଆରଜି ଏସ କାମ ମେସିନରେ ହେଉଥିବାର ଅଭିଯୋଗ ଆଣିଥିଲେ। ଏଥି ଯୋଗୁଁ ତାଙ୍କୁ ତଥା ତାଙ୍କ ପରିବାରବର୍ଗଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାର ସେ ଅଭିଯୋଗ ଆଣିଛନ୍ତି।

ସେ ଏନେଇ ପୋଲିସ ନିଟକରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଶୁକ୍ରବାର ଖପ୍ରାଖୋଲ ପୋଲିସ ଏହାର ତଦନ୍ତ କରି 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details