ଓଡିଶା

odisha

ETV Bharat / state

ନୂତନ ସଂଶୋଧିତ ବିଶ୍ଵବିଦ୍ୟାଳୟ ଆଇନକୁ AIDSOର ବିରୋଧ

ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଧାରଣା। ନୂତନ ସଂଶୋଧିତ ବିଶ୍ଵବିଦ୍ୟାଳୟ ଆଇନକୁ ବିରୋଧ କରି ଆଇଡିଏସଓ ଛାତ୍ର ସଂଗଠନର ପକ୍ଷରୁ ଏହି ଧାରଣା ଦିଆଯାଇଛି। ଅଧିକ ପଢନ୍ତୁ...

ନୂତନ ସଂଶୋଧିତ ବିଶ୍ଵବିଦ୍ୟାଳୟ ଆଇନକୁ ଏଆଇଡିଏସଓ ର ବିରୋଧ
ନୂତନ ସଂଶୋଧିତ ବିଶ୍ଵବିଦ୍ୟାଳୟ ଆଇନକୁ ଏଆଇଡିଏସଓ ର ବିରୋଧ

By

Published : Oct 8, 2020, 11:34 AM IST

ବଲାଙ୍ଗୀର: ରାଜ୍ୟ ସରକାରଙ୍କ ନୂତନ ସଂଶୋଧିତ ବିଶ୍ଵବିଦ୍ୟାଳୟ ଆଇନକୁ ଏଆଇଡିଏସଓ ଛାତ୍ର ସଂଗଠନର ବିରୋଧ । ଏଥିପାଇଁ ଏମାନେ ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ତେବେ ଏହି ଆଇନ ଦ୍ଵାରା ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିବ ବୋଲି ଅଭିଯୋଗ କରିବା ସହ ସମାନ ଭାବରେ ଅଧ୍ୟାପକ ନିଯୁକ୍ତିରେ ମଧ୍ୟ ବାଧାପ୍ରାପ୍ତ ହେବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ନୂତନ ସଂଶୋଧିତ ବିଶ୍ଵବିଦ୍ୟାଳୟ ଆଇନକୁ ଏଆଇଡିଏସଓ ର ବିରୋଧ

ସେହିପରି ସବୁ ନିଷ୍ପତ୍ତି ସରକାର ନେଉଥିବା ବେଳେ କୁଳପତି କେବଳ କାଠପୁତ୍ତୁଳା ହୋଇ ରହିବେ ବୋଲି ଏମାନେ ଅଭିଯୋଗ କରିଛନ୍ତି । ଏହାସହ ଏହି ଆଇନକୁ ରଦ୍ଦ କରିବା ପାଇଁ ଦାବି କରିାଯାଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟଭି ଭାରତ

ABOUT THE AUTHOR

...view details