ଓଡିଶା

odisha

ETV Bharat / state

ସାଙ୍ଗକୁ ମାରି ପୋତି ଦେଲା ସାଙ୍ଗ, ୨ ବର୍ଷ ପରେ ଅଭିଯୁକ୍ତ ଗିରଫ

ଗତ ୨ ବର୍ଷ ତଳେ ବଲାଙ୍ଗୀର ଜିଲ୍ଲାରେ ଘଟିଥିବା ଶ୍ରମିକ ହତ୍ୟା ଘଟଣାର ପର୍ଦ୍ଦାଫାସ କରି ୩ ଜଣଙ୍କୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ସାଙ୍ଗୁକ ମାରି ପୋତି ଦେଲା ସାଙ୍ଗ, ୨ ବର୍ଷ ପରେ ଅଭିଯୁକ୍ତ ଗିରଫ
ସାଙ୍ଗୁକ ମାରି ପୋତି ଦେଲା ସାଙ୍ଗ, ୨ ବର୍ଷ ପରେ ଅଭିଯୁକ୍ତ ଗିରଫ

By

Published : May 22, 2022, 7:45 AM IST

ବଲାଙ୍ଗୀର:ସାଙ୍ଗ ହୋଇ କାମ କରିବାକୁ ବଲାଙ୍ଗୀର ଆସିଥିବା ବେଳେ ସାମାନ୍ୟ କଳହକୁ ନେଇ ସାଙ୍ଗକୁ ମାରି ପୋତି ଦେଲେ ସାଥୀ ଶ୍ରମିକ । ଗତ ୨ ବର୍ଷ ତଳେ ବଲାଙ୍ଗୀର ଜିଲ୍ଲାରେ ଏହି ଘଟଣା ଘଟିଥିବା ବେଳେ ଏବେ ପର୍ଦ୍ଦାଫାସ କରି ତିନି ଜଣକୁ ଗିରଫ କରିଛି ପୋଲିସ । ସେହିପରି ଏହି ଘଟଣାରେ ଆଉ ଦୁଇ ଜଣ ଫେରାର ଥିବାର ପୋଲିସ କହିଛି । ହତ୍ୟା କରାଯାଇଥିବା ଶ୍ରମିକ ଜଣଙ୍କ ହେଉଛନ୍ତି ଝାଡ଼ଖଣ୍ଡର ଲତିଫ ଅନସାରୀ ।

ସାଙ୍ଗୁକ ମାରି ପୋତି ଦେଲା ସାଙ୍ଗ, ୨ ବର୍ଷ ପରେ ଅଭିଯୁକ୍ତ ଗିରଫ

ସୂଚନା ଅନୁଯାୟୀ, ୨୦୨୦ରେ ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚି ସକ୍ରା ଗ୍ରାମର କିଛି କୁଶଳୀ ଶ୍ରମିକ ବଲାଙ୍ଗୀର କଣ୍ଟାବାଞ୍ଜି ରେଳ ବିଭାଗରେ କାମ କରିବାକୁ ଆସି ଠିକାଦାର ଅଧୀନରେ କାମ କରୁଥିଲେ । ତେବେ ନଭେମ୍ବର 16 ତାରିଖରେ ଏହି ଶ୍ରମିକ ମାନଙ୍କ ମଧ୍ୟରେ କଳହ ଉପୁଜିବାରୁ ସମସ୍ତେ ମିଶି ସାଥୀ ଶ୍ରମିକ ଲତିଫ ଅନସାରୀଙ୍କୁ ଧାରୁଆ ଅସ୍ତ୍ରରେ ନିର୍ମମ ଭାବରେ ହତ୍ୟା କରିଥିଲେ ଏବଂ କଣ୍ଟାବାଞ୍ଜି ଡାବ୍ରି ଗ୍ରାମ ନିକଟ ରେଲଲାନ କଡ଼ରେ ମୃତଦେହକୁ ପୋତି ଦେଇଥିଲେ ।

ସେହିପରି ମୃତକଙ୍କ ପରିବାର ସହ ମିଶି ଏମାନେ ସମସ୍ତେ ନିଜେ ପୋଲିସ ପାଖରେ ନିଖୋଜ ଅଭିଯୋଗ କରିଥିଲେ । ହେଲେ ଗତ ଡିସେମ୍ବର 31 ତାରିଖ 2021ରେ ପୋଲିସ ସେଠୁ ଏକ ନର କଙ୍କାଳ ଉଦ୍ଧାର କରିଥିଲା । ପ୍ରମାଣ ପାଇଁ ଡିଏନଏ ଟେଷ୍ଟ କରିଥିଲା, ଯାହାର ରିପୋର୍ଟ ହସ୍ତଗତ ହେବ ପରେ ତାହା ମୃତ ଲତିଫ୍ ଅନସାରୀର ବୋଲି ପୋଲିସ ଜାଣିଥିଲା । ଏହା ପରେ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସ୍ପଷ୍ଟ ହେବା ପରେ ତିନି ଜଣିଆ ଟିମ ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚିକୁ ଯାଇ ସେଠୁ ତିନି ଜଣଙ୍କୁ ଗିରଫ କରିଛି । ସେହିପରି ତାଙ୍କ ଠାରୁ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଜବତ କରିଛି ପୋଲିସ । ଏହି ଘଟଣାରେ ଆଉ ଦୁଇ ଜଣ ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଥିବା ପୋଲିସ କହିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details