ଓଡିଶା

odisha

ETV Bharat / state

ବିଡିଓଙ୍କୁ ଅପହରଣ ମାମଲା: ହରଡଘଣାରେ ବଲାଙ୍ଗୀର କଂଗ୍ରେସ

ପୁଇଁନ୍ତଲା ବ୍ଲକ ବିଡିଓ ସରୋଜ ମିଶ୍ରଙ୍କୁ ତାଙ୍କ ଅଫିସରୁ ଟେକି ନେଇ ଅପହରଣ କରାଯିବା ଘଟଣାକୁ ନେଇ ଏବେ ଜୋର ଧରିଛି ରାଜନୀତି । ବିଡିଓଙ୍କୁ ପ୍ରଥମେ ଅପହରଣ ଓ ପରେ ଛାଡି ଦେବା ଘଟଣାର ମୁଖ୍ୟ ସମ୍ପୃକ୍ତ ବ୍ଲକର ଉପ-ଅଧ୍ୟକ୍ଷ ସନ୍ତୋଷ ଗୁରାଣ୍ଡି ବୋଲି ପରବର୍ତ୍ତୀ ସମୟରେ ପ୍ରମାଣିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

By

Published : Mar 31, 2019, 12:13 AM IST

ବଲାଙ୍ଗୀର: ପୁଇଁନ୍ତଲା ବ୍ଲକ ବିଡିଓ ସରୋଜ ମିଶ୍ରଙ୍କୁ ତାଙ୍କ ଅଫିସରୁ ଟେକି ନେଇ ଅପହରଣ କରାଯିବା ଘଟଣାକୁ ନେଇ ଏବେ ଜୋର ଧରିଛି ରାଜନୀତି । ବିଡିଓଙ୍କୁ ପ୍ରଥମେ ଅପହରଣ ଓ ପରେ ଛାଡି ଦେବା ଘଟଣାର ମୁଖ୍ୟ ସମ୍ପୃକ୍ତ ବ୍ଲକର ଉପ-ଅଧ୍ୟକ୍ଷ ସନ୍ତୋଷ ଗୁରାଣ୍ଡି ବୋଲି ପରବର୍ତ୍ତୀ ସମୟରେ ପ୍ରମାଣିତ ହୋଇଛି । ତେବେ ସେ କଂଗ୍ରେସ ଦଳର ହୋଇଥିବାବେଳେ ଏବେ ଏହାକୁ ନେଇ ଅନ୍ୟ ରାଜନୈତିକ ଦଳମାନେ ଗୁରୁତର ଆରୋପ ପ୍ରତ୍ୟାରୋପ ଆରମ୍ଭ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଏହି ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଥିବାବେଳେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ସେପଟେ ଏଥିରେ କଂଗ୍ରେସ ଦଳ ନିଜର ପ୍ରତିକ୍ରିୟା ଦେଇ ଏଥିରେ କୌଣସି ସମ୍ପୃକ୍ତି ନଥିବା ସହ ଏହା ଅନ୍ୟ ଦଳମାନଙ୍କର ହୀନ ରାଜନୀତି ବୋଲି କହିଛି । ସେହିପରି ଏହି ଘଟଣାକୁ କଂଗ୍ରେସ ମଧ୍ୟ ନିନ୍ଦା କରିବା ସହ ଅଭିଯୁକ୍ତକୁ ଦଳରୁ ନିଲମ୍ବିତ କରିଛି ।

ଏହି ଅପହରଣ ପରେ ସମ୍ପୃକ୍ତ ବିଡିଓ ସରୋଜ ମିଶ୍ର ଏବେ ବି ମୁହଁ ଖୋଲି ନଥିବାବେଳେ ପୋଲିସ ପାଖରେ ମଧ୍ୟ କୌଣସି ଲିଖିତ ଅଭିଯୋଗ କରି ନାହାଁନ୍ତି । କେବଳ ଏକ ମୌଖିକ ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । ହେଲେ କିଛି ଘଣ୍ଟା ପରେ ଅପହରଣକାରୀମାନେ ବିଡିଓଙ୍କୁ ଛାଡି ଦେଇଥିଲେ । ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମନାକୁ ଆସିଥିଲା ଓ କେଉଁ ଭଳି ବିଡିଓଙ୍କୁ ଅପହରଣ କରାଯାଇଥିଲା ତାହା ସ୍ପଷ୍ଟ ହୋଇଥିଲା ।

ତେବେ ଏହି ଘଟଣା ପରେ ବିଡିଓଙ୍କ ମାନସିକ ଅବସ୍ଥା ଠିକ ହେଲା ପରେ ନିହାତି ଭାବରେ ଏହାର ପ୍ରକୃତ କାରଣ ଜଣାପଡିବ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ସେପଟେ ମୁଖ୍ୟ ଅଭିଯୁକ୍ତ କଂଗ୍ରେସ ଦଳର ହୋଇଥିବାବେଳେ ଏବେ ହରଡଘଣାରେ ପଡିଛି ବଲାଙ୍ଗୀର କଂଗ୍ରେସ ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details