ଓଡିଶା

odisha

ETV Bharat / state

ଦ୍ବିତୀୟ ପର୍ଯ୍ୟାୟରେ ଭୋଟ ଦେବ ବଲାଙ୍ଗୀର, ପ୍ରସ୍ତୁତି ଶେଷ - ବଲାଙ୍ଗୀର

ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲାରେ ହେବ ଭୋଟ ଗ୍ରହଣ । ତେବେ ଏଥିପାଇଁ ଜିଲ୍ଲା ପ୍ରଶାସନ ସବୁ ପ୍ରସ୍ତୁତି ଶେଷ କରିଛି। ବଲାଙ୍ଗୀର ଜିଲ୍ଲାର ପାଞ୍ଚଟି ବିଧାନସଭା ମଣ୍ଡଳୀ ଓ ବଲାଙ୍ଗୀର ଲୋକସଭା ଆସନ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ ହେବ ।

ଫଟୋ ସୌଜନ୍ୟ- ସମ୍ବାଦଦାତା. ବଲାଙ୍ଗୀର

By

Published : Apr 17, 2019, 8:13 PM IST

ବଲାଙ୍ଗୀର: ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲାରେ ହେବ ଭୋଟ ଗ୍ରହଣ । ତେବେ ଏଥିପାଇଁ ଜିଲ୍ଲା ପ୍ରଶାସନ ସବୁ ପ୍ରସ୍ତୁତି ଶେଷ କରିଛି । ବଲାଙ୍ଗୀର ଜିଲ୍ଲାରେ ପାଞ୍ଚଟି ବିଧାନସଭା ମଣ୍ଡଳୀ ଓ ବଲାଙ୍ଗୀର ଲୋକସଭା ଆସନ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ ହେବ । ତେବେ ଏଥିପାଇଁ ମୋଟ ୧ ହଜାର ୫୪୭ଟି ବୁଥରେ ଭୋଟ ଗ୍ରହଣ ହେବ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବଲାଙ୍ଗୀର

ମୋଟ ୯ ହଜାର ୨୮୬ ଜଣ ପୋଲିଂ କର୍ମଚାରୀ ନିଯୁକ୍ତ ହେବେ । ସେହିପରି ଏଠାରେ ୧୫ଟି ଆଦର୍ଶ ଭୋଟ କେନ୍ଦ୍ର ସହ ମହିଳାଙ୍କ ପାଇଁ ପାଞ୍ଚଟି ପିଙ୍କ୍ ଭୋଟ କେନ୍ଦ୍ର ମଧ୍ୟ କରାଯାଇଛି । ତେବେ ପାଟଣାଗଡ ଓ କଣ୍ଟାବାଞ୍ଜି ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ସେଠାରେ ସକାଳ 7ଟାରୁ ସନ୍ଧ୍ୟା 4ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ।

ସେହିପରି ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ସେହିପରି ସବୁ ୧୯୬ଟି ସମ୍ବେଦନଶୀଳ ବୁଥରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୋଟ ପାଇଁ ସବୁ ପୋଲିଂ ପାର୍ଟି ନିଜର ସାମଗ୍ରୀ ନେଇ ସବୁ ବୁଥରେ ପହଞ୍ଚିଯାଇଥିବା କହିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀୟ????- ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details