ବଲାଙ୍ଗୀର: ରାଜ୍ୟରେ କମୁନି ନାବାଳିକା ଦୁଷ୍କର୍ମ ଘଟଣା । ଜଣେ ତିନି ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ହୋଇଥିବାର ହୋଇଛି ଅଭିଯୋଗ । ଘଟଣାଟି ଘଟିଛି ବଲାଙ୍ଗୀରର ଏକ ଗାଁରେ । ଅଭିଯୋଗ ଅନୁସାରେ ନିଜ ଘର ଦାଣ୍ଡରେ ଖେଳୁଥିବା ଶିଶୁ କନ୍ୟାକୁ ସେହି ଗାଁର ଜଣେ ନାବାଳକ ପାଖ ଏକ ଶୌଚାଳୟକୁ ନେଇ ଯାଇଥିଲା । ଏବଂ ସେଠାରେ ଶିଶୁକୁ ଦୁଷ୍କର୍ମ କରିବା ପରେ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଛାଡି ଫେରାର ହୋଇଯାଇଥିଲା ।
ସେପଟେ ଶିଶୁଟି ନିଜ ଘରକୁ ଆସି କାନ୍ଦି କାନ୍ଦି ନିଜ ମାଆକୁ ସବୁ କଥା କହିବା ପରେ ଘର ଲୋକେ ଶିଶୁକୁ ପ୍ରଥମେ ବଲାଙ୍ଗୀର ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ । ଅଭିଯୋଗ ପରେ ବଲାଙ୍ଗୀର ସଦର ପୋଲିସ ଓ ଶିଶୁମଙ୍ଗଳ ଅଧିକାରୀ ଆସି ଘଟଣାରେ ତଦନ୍ତ ଜାରି ରଖିଛନ୍ତି ।