ବଲାଂଗୀର: ଜିଲ୍ଲାର ଆଠ ଜଣ ଯୁବତୀ ବାହାର ରାଜ୍ୟକୁ କାମ କରିବାକୁ ଯାଇ ସେଠି ନିର୍ଯ୍ୟାତନା ପାଉଥିବାର ଆଭିଯୋଗ ହୋଇଥିଲା । ଯାହାର ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଉଦ୍ଧାର କରିଛି ।
ସୂଚନା ଅନୁସାରେ ବଲାଂଗୀର ଦେଓଗାଁ ଓ ପାଟଣାଗଡ଼ ଅଂଚଳର ଆଠ ଜଣ ଯୁବତୀ ବଲାଂଗୀର ସ୍କିଲ ଡେଭ ଲାପ ମେଣ୍ଟ ସେଣ୍ଟରରେ 6 ମାସ ଟ୍ରେନିଂ ନେଇଥିଲେ । ଏହାପରେ ସେମାନଙ୍କୁ ବେଙ୍ଗାଲୁରୁ ସ୍ଥିତ ଏକ ସପିଂ ମଲରେ କାମ କରିବାର କହି ଏହି ସେଣ୍ଟର ବଲାଂଗୀରରୁ ବେଙ୍ଗାଲୁରୁ ପଠାଇଥିଲେ । ହେଲେ ସେଠି ଏମାନଙ୍କୁ ଏକ ଫ୍ୟାକ୍ଟ୍ରିରେ କାମ କରିବାକୁ ବାଧ୍ୟ କରାଯିବା ସହ କମ ଦରମା ସାଙ୍ଗକୁ ନିର୍ଯ୍ୟାତନା ଦିଆ ଯାଉଥିବାର ଏମାନେ ଅଭିଯୋଗ କରିଥିଲେ ।