ବଲାଙ୍ଗୀର:ଜିଲ୍ଲାରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି । ଏଥିରୁ ବାଦ ପଡିନି ବଲାଙ୍ଗୀର ପାଟଣାଗଡ ଉପକାରଗାର । ଉପକାରଗାରରେ 59ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି ।
ଜିଲ୍ଲାରେ କୋରୋନା ସ୍ଥିତି ଅଣାୟତ୍ତ ହୋଇଛି । କ୍ଷମତାଠାରୁ ଅଧିକ ଅନ୍ତେବାସୀଙ୍କୁ ରଖା ଯାଇଥିବାବେଳେ ତାଙ୍କ ମଧ୍ୟରେ କୋରୋନା ସଂକ୍ରମଣ ଏବେ ବଡ଼ ସମସ୍ୟା ସୃଷ୍ଟି କରିଛି। ଉପକାରଗାରରେ 90 ଜଣ ଅନ୍ତେବାସୀଙ୍କ ରହିବା ସୁବିଧା ଥିବା ବେଳେ ସେଠି 117 ଜଣ ଅନ୍ତେବାସୀ ଅଛନ୍ତି। ସେମାନଙ୍କ ମଧ୍ୟରୁ 59 ଜଣ କୋରୋନା ସଂକ୍ରମିତ ହୋଇଛନ୍ତି ।