ଓଡିଶା

odisha

By

Published : Aug 24, 2020, 6:48 PM IST

ETV Bharat / state

ବଲାଙ୍ଗୀରରେ ପୁଣି 57 ଜଣ କୋରୋନା ଆକ୍ରାନ୍ତ

ଜିଲ୍ଲାରେ କୋରୋନା ସଂକ୍ରମଣ ବଢି ଚାଳିଥିବାବେଳେ ପରିସ୍ଥିତି ଅଣାୟତ୍ତ । ସୋମବାର ପୁଣି 57 ଜଣ କୋରୋନା ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବଲାଙ୍ଗୀରରେ ପୁଣି 57 ଜଣ କୋରୋନା ଆକ୍ରାନ୍ତ
ବଲାଙ୍ଗୀରରେ ପୁଣି 57 ଜଣ କୋରୋନା ଆକ୍ରାନ୍ତ

ବଲାଙ୍ଗୀର: ଜିଲ୍ଲାରେ କୋରୋନା ସଂକ୍ରମଣ ବଢି ଚାଲିଥିବାବେଳେ ପରିସ୍ଥିତି ଅଣାୟତ୍ତ। ସୋମବାର ପୁଣି 57 ଜଣ କୋରୋନା ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏହା ମଧ୍ୟରେ ବଲାଙ୍ଗୀର ସହର ଅବସ୍ଥା ବିଗିଡିବାରେ ଲାଗିଥିବାବେଳେ ସୋମବାର ସହର ମଧ୍ୟରୁ ପୁଣି 29 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବଲାଙ୍ଗୀରରେ ପୁଣି 57 ଜଣ କୋରୋନା ଆକ୍ରାନ୍ତ

ତେବେ କେବଳ ସହର ମଧ୍ୟରୁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 400 ଉପରେ ରହିଛି । ଏହାଛଡା ସୋମବାର ଟିଟିଲାଗଡ଼ ସହର ମଧ୍ୟରୁ 11 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମାନ ଭାବରେ ବଲାଙ୍ଗୀର ଗୁଡ଼ଭେଲା ବ୍ଲକରୁ 3, କଣ୍ଟାବାଞ୍ଜିରୁ 2, ପୁଇଁନ୍ତଳାରୁ ୩, ଖପ୍ରାଖୋଲରୁ 2 ଓ ଆଗଲପୁରରୁ 2 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାବ୍ୟତୀତ ସୋମବାର ଜଣେ କୋରୋନା ଯୋଦ୍ଧା ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସୋମବାରର ଆକ୍ରାନ୍ତଙ୍କ ସଂଖ୍ୟା ମିଶାଇ ବଲାଙ୍ଗୀର ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1430ରେ ପହଞ୍ଚି ଥିବାବେଳେ ଏମଧ୍ୟରୁ 807 ଜଣ ସୁସ୍ଥ ହୋଇଛନ୍ତି । ଏହାସହ ବର୍ତ୍ତମାନ 620 ଜଣ ଚିକିତ୍ସାଧୀନ ଥିବା ବେଳେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 3ରେ ରହିଛି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details