ଓଡିଶା

odisha

ETV Bharat / state

ବଲାଙ୍ଗୀରରେ 51 କୋରୋନା ଆକ୍ରାନ୍ତ ଚିହ୍ନଟ, 12 ସିଆରପିଏଫ ସହ ଦୁଇ ଯୋଦ୍ଧା ପଜିଟିଭ

ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ 51 କୋରୋନା ପଜିଟିଭ ଚିହ୍ନଟ । ଚିହ୍ନଟ ହୋଇଥିବା ପଜିଟିଭ ମଧ୍ୟରୁ 12 ସିଆରପିଏଫ ଯବାନ ସହ ଦୁଇ କୋରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 514କୁ ପହଞ୍ଚିଲା। ଅଧିକ ପଢନ୍ତୁ...

ବଲାଙ୍ଗୀରରେ 51 କୋରୋନା ଆକ୍ରାନ୍ତ ଚିହ୍ନଟ,12 ସିଆରପିଏଫ ସହ ଦୁଇ ଯୋଦ୍ଧା ପଜିଟିଭ
ବଲାଙ୍ଗୀରରେ 51 କୋରୋନା ଆକ୍ରାନ୍ତ ଚିହ୍ନଟ,12 ସିଆରପିଏଫ ସହ ଦୁଇ ଯୋଦ୍ଧା ପଜିଟିଭ

By

Published : Aug 3, 2020, 7:46 PM IST

ବଲାଙ୍ଗୀର: ଜିଲ୍ଲାରେ ସର୍ବାଧିକ 51 କୋରୋନା ପଜିଟିଭ ଚିହ୍ନଟ । ଚିହ୍ନଟ ହୋଇଥିବା କୋରୋନା ପଜିଟିଭ ମଧ୍ୟରୁ 12 ସିଆରପିଏଫ ଯବାନ ସହ ଦୁଇ କୋରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ବଲାଙ୍ଗୀର ଜିଲ୍ଲାରେ ଦିନକୁ ଦିନ କୋରୋନା ସ୍ଥିତି ବିଗିଡିବାରେ ଲାଗିଛି । ସୋମବାର ଜିଲ୍ଲାରେ ସର୍ବାଧିକ ମୋଟ 51 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସହର ବିଭିନ୍ନ ଅଞ୍ଚଳରୁ 30 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ତୁଳସୀ ନଗରରୁ 2 ଜଣ,ରାଧାରାଣୀପଡାରୁ ଜଣେ, ସୁଦପଡାରୁ 4 ଜଣ, କ୍ଲବପଡାରୁ ଜଣେ, ଠିକାଦାର ପଦାରୁ 5 ଜଣ, ସାଗରପଡାରୁ ଜଣେ, ମାଲପଡାରୁ 4ଜଣ, ତାଳପାଲିପଡାରୁ ଜଣେ ଓ ଲଲଟିକ୍ରାପଡାରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ଛଡା ବେଳପଡା ପରିମାଲ ଗ୍ରାମରୁ ଚାରି ଜଣ, ପୁଇଁତଲା ଗ୍ରାମରୁ ୮ଜଣ, ବାରପୁରଗିଆ ଗ୍ରାମରୁ ଜଣେ ଓ ଡ଼ଙ୍ଗା ଘାଟ ଗ୍ରାମରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବଲାଙ୍ଗୀରରେ 51 କୋରୋନା ଆକ୍ରାନ୍ତ ଚିହ୍ନଟ,12 ସିଆରପିଏଫ ସହ ଦୁଇ ଯୋଦ୍ଧା ପଜିଟିଭ

ତେବେ 52 ଜଣଙ୍କ ମଧ୍ୟରୁ 46 ଜଣ ଲୋକାଲ କଣ୍ଟାକ୍ଟ ସଂକ୍ରମିତ ବୋଲି ଜଣାପଡ଼ିଛି ଯାହା ସମସ୍ତଙ୍କର ଚିନ୍ତା ବଢ଼ାଇଛି । ସେପଟେ ଏହାକୁ ମିଶାଇ ବଲାଙ୍ଗୀର ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 514କୁ ପହଞ୍ଚିଛି । ବର୍ତ୍ତମାନ ପର୍ଯ୍ୟନ୍ତ 306 ଜଣ ସୁସ୍ଥ ହୋଇଥିବା ବେଳେ 208 ଜଣ ସକ୍ରିୟ ମାମଲା ଭାବରେ ଚିକିତ୍ସାଧୀନ ରହିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ABOUT THE AUTHOR

...view details