ଓଡିଶା

odisha

ETV Bharat / state

ବେଆଇନ ଚାଲାଣ ହେଉଥବା 48 ଦାଦନ ଶ୍ରମିକ ଉଦ୍ଧାର

ହାଇଦ୍ରାବାଦର ଏକ ଇଟାଭାଟିକୁ କାମ କରିବା ପାଇଁ ଯାଉଥିବା ବେଳେ ପୋଲିସ 48ଜଣ ଦାଦନ ଶ୍ରମିକଙ୍କୁ ଜିଲ୍ଲାରୁ ଉଦ୍ଧାର କରିଛି । ଅଧିକ ପଢନ୍ତୁ...

48 migrant workers rescued by Bolangir police during illegal transportation
ବେଆଇନ ଚାଲାଣ ହେଉଥବା 48 ଦାଦନ ଶ୍ରମିକ ଉଦ୍ଧାର

By

Published : Nov 14, 2020, 12:22 PM IST

ବଲାଙ୍ଗୀର: ଜିଲ୍ଲାରେ ବେଆଇନ ଭାବେ ରାଜ୍ୟ ବାହରକୁ ଚାଲାଣ ହେଉଥିବା 48ଜଣ ଦାଦନ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଛି । ତେବେ ସେମାନେ ହାଇଦ୍ରାବାଦର ଏକ ଇଟାଭାଟିକୁ କାମ ପାଇଁ ଯାଉଥିବା ବେଳେ ପୋଲିସ ଚଢାଉ କରି ଉଦ୍ଧାର କରିଥିବା ଜଣାପଡିଛି ।

ବେଆଇନ ଚାଲାଣ ହେଉଥବା 48 ଦାଦନ ଶ୍ରମିକ ଉଦ୍ଧାର

ମିଳିଥିବା ସୂଚନା ଅନୁସାରେ ଉଦ୍ଧାର ଦାଦନ ଶ୍ରମିକମାନେ ସର୍ଦ୍ଦାର ଠାରୁ ମୁଣ୍ଡ ପିଛା 35ରୁ 40 ହଜାର ଟଙ୍କା ନେଇ ଅଟୋ ଓ ପିକଅପ୍‌ ଗାଡିରେ ରେଳ ଷ୍ଟେସନକୁ ଯାଉଥିଲେ । ତେବେ ପୋଲିସ ଏ ସଂପର୍କରେ ଖବର ପାଇ ସେମାନେ ଷ୍ଟେସନକୁ ଯାଉଥିବା ସମୟରେ ଚଢାଉ କରି ଉଦ୍ଧାର କରିଥିଲା । ଦାଦନ ଶ୍ରମିକମାନଙ୍କ ପାଖରେ କୌଣସି କାଗଜପତ୍ର ନଥିବା ବେଳେ ଏମାନେ ହାଇଦ୍ରାବାଦର ଏକ ଇଟା ଭାଟିକୁ ଯିବାକୁ ଥିବା ପୋଲିସ ଜାଣିବାକୁ ପାଇଥିଲା। ତେବେ ପୋଲିସର ଚଢାଉ ବେଳେ ଦାଦନ ସର୍ଦ୍ଦାର ଫେରାର ହୋଇଯାଇଥିଲା ।

ଦାଦନ ଶ୍ରମିକମାନେ ରାଜ୍ୟର ବିଭିନ୍ନ ଅଞ୍ଚଳ ଯଥା ବରଗଡ ଜିଲ୍ଲା ବରପାଳି, ନୂଆପଡା ଜିଲ୍ଲା ବୋଡେନ, ସିନାପାଲି, ବଲାଙ୍ଗିର ଜିଲ୍ଲା ମୁରିବାହାଲ, ଚୁଡାପାଳି ଅଞ୍ଚଳର ବୋଲି ଜଣାପଡିଛି । ଦାଦନ ଶ୍ରମିକମାନଙ୍କ ମଧ୍ୟରେ 25 ପୁରୁଷ, 23 ମହିଳା ଥିବା ବେଳେ 8 ଜଣ ଶିଶୁ ରହିଥିଲେ । ତେବେ ରାଜ୍ୟରେ କାମ ଧନ୍ଧା ମିଳୁନଥିବା ଯୋଗୁଁ ଶ୍ରମିକମାନେ ରାଜ୍ୟ ବାହରକୁ ବାଧ୍ୟ ହୋଇ କାମ କରିବାକୁ ଯାଉଥିବା କହିଥିଲେ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details