ଓଡିଶା

odisha

ETV Bharat / state

ନକଲି ଗାଡି ନମ୍ବରରେ ଚାଲାଣ ହେଉଛି ଗଞ୍ଜେଇ, 4 ଗିରଫ - ବଲାଙ୍ଗୀର ପୋଲିସ

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ 4ଜଣଙ୍କୁ ବଲାଙ୍ଗୀର ପୋଲିସ ଗିରଫ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

By

Published : Oct 21, 2019, 7:44 PM IST


ବଲାଙ୍ଗୀର: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ 4ଜଣଙ୍କୁ ପୋଲିସ ଗିରଫ କରିଛି । ସେମାନେ ଗତ ଅଗଷ୍ଟରୁ ଫେରାର ଥିଲେ । ପୋଲିସ ସେମାନଙ୍କ ଠାରୁ 81 କେଜି ଗଞ୍ଜେଇ ସହ ଚାରୋଟି ମୋବାଇଲ, ଗୋଟିଏ କାର ଓ ଗୋଟିଏ ବାଇକ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଗତ ଅଗଷ୍ଟ 22 ତାରିଖରେ ବଲାଙ୍ଗୀର ଦେଓଗାଁ ଥାନା ଅନ୍ତର୍ଗତ ବନ୍ଦପଡା ଗ୍ରାମ ନିକଟରେ ପୋଲିସ ଏକ ମାରୁତି ସ୍ବିଫ୍ଟ କାରକୁ ସନ୍ଦେହରେ ଅଟକାଇ ଥିଲା । ହେଲେ ଗାଡ଼ିରେ ଥିବା ସମସ୍ତ ଲୋକ ସେଠାରୁ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିଲେ । ପୋଲିସ ଗାଡି ମଧ୍ୟରୁ 81 କେଜି ଗଞ୍ଜେଇ ଜବତ କରିଥିଲା । ଏହାପରେ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରିଥିଲା । ତେବେ ତଦନ୍ତ ବେଳେ କାରର ନମ୍ବର ଜାଲ ଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ଚେସିସ ନମ୍ବର ଆଧାରରେ ମାଲିକକୁ ଠାବ କରିଥିଲା । ମାଲିକର ପରିଚୟ ମିଳିବା ପରେ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ଚାରି ଜଣଙ୍କୁ ପୋଲିସ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ ବରଗଡ଼ ଜିଲ୍ଲା ପାଇକମାଳର ହୋଇଥିବା ଜଣାପଡିଛି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details