ଓଡିଶା

odisha

ETV Bharat / state

ଓଡ଼ିଶାରେ ହରିୟାଣା ATM ଲୁଟେରାଙ୍କ ଉତ୍ପାତ, ଗିରଫ କଲା ବଲାଙ୍ଗୀର ପୋଲିସ - ବଲାଙ୍ଗୀର ପୋଲିସ

ଅନ୍ୟ ରାଜ୍ୟକୁ ଆସି ଉତ୍ପାତ କରୁଥିଲେ ହରିୟାଣାର ATM ଲୁଟେରା । ଏମାନଙ୍କୁ ବଲାଙ୍ଗୀର ପୋଲିସ ଗିରଫ କରିବାରେ ହୋଇଛି ସଫଳ । ଅଧିକ ପଢନ୍ତୁ...

ଓଡ଼ିଶାରେ ହରିୟାଣା ATM ଲୁଟେରାଙ୍କ ଉତ୍ପାତ, ଗିରଫ କଲା ବଲାଙ୍ଗୀର ପୋଲିସ
ଓଡ଼ିଶାରେ ହରିୟାଣା ATM ଲୁଟେରାଙ୍କ ଉତ୍ପାତ, ଗିରଫ କଲା ବଲାଙ୍ଗୀର ପୋଲିସ

By

Published : Oct 5, 2021, 5:04 PM IST

ବଲାଙ୍ଗୀର: ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା । ହରିୟାଣା ରାଜ୍ୟରେ ୩ ATM ଲୁଟେରାଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ । ଗିରଫ ପରେ ତାଙ୍କ ନିକଟରୁ ବହୁ ମୋବାଇଲ୍, ଏଟିଏମ୍ କାର୍ଡ ଓ ନଗଦ ଟଙ୍କା ସହ ଏଟିଏମ୍ କଲୋନିଂ ମେସିନ ମଧ୍ୟ ଜବତ ହୋଇଛି । ଏହି ୩ ଅଭିଯୁକ୍ତଙ୍କୁ ପୋଲିସ ଆଜି(ମଙ୍ଗଳବାର) କୋର୍ଟ ଚାଲାଣ କରିଛି ।

ଓଡ଼ିଶାରେ ହରିୟାଣା ATM ଲୁଟେରାଙ୍କ ଉତ୍ପାତ, ଗିରଫ କଲା ବଲାଙ୍ଗୀର ପୋଲିସ

ସହର ମଧ୍ୟରେ ଲୋକମାନେ ଏଟିଏମରୁ ଟଙ୍କା କାଢିବା ସମୟରେ ତାଙ୍କଠାରୁ ଲୁଟ କରୁଥିବା ଏହି ୩ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ତେବେ ହରିୟାଣା ରାଜ୍ୟ ରୋହଟକ ଜିଲ୍ଲାର ସଞ୍ଜୀବ ସିଂହ, ସୁମିତ ଓ ହରିୟାଣା ରାଜ୍ୟ ଇଟାଟ ଜିଲ୍ଲାର କୁଲଦୀପକୁ ପୋଲିସ ଗିରଫ କରିଛି । ପୋଲିସର ସୂଚନା ଅନୁସାରେ ଏହି ୩ ଜଣ ବିଭିନ୍ନ ATMରେ ଜଗି ରହୁଥିବା ବେଳେ ଟଙ୍କା କାଢ଼ିବାକୁ ଆସୁଥିବା ଲୋକଙ୍କୁ ଏମାନେ ଅତି ଚତୁରତା ସହ ଟାର୍ଗେଟ କରୁଥିଲେ।

ଏମାନେ କୌଶଳ କ୍ରମେ ଲୋକଙ୍କ ଏଟିଏମ୍ କାର୍ଡ ହାତାଉଥିଲେ । ତେବେ ବଲାଙ୍ଗୀର HDFC ବ୍ୟାଙ୍କରେ ଏମାନେ ଜଣଙ୍କୁ ଠକେଇ କରିଥିବାବେଳେ ଲୋକ ଏମାନଙ୍କ ମଧ୍ୟରୁ ଜଣକୁ ଧରିବାରେ ସଫଳ ହୋଇଥିଲେ ଏବଂ ଲୋକେ ଅଭିଯୁକ୍ତକୁ ପୋଲିସ ଜିମା ଦେବା ପରେ ପୋଲିସ ଏହାର ଅଧିକ ତଦନ୍ତ ଆରମ୍ଭ କରିଥିଲା ।

ତେବେ ଟିଟିଲାଗଡ ଟ୍ରେନ ଯୋଗେ ଜଣେ ଫେରାର ମାରୁଥିବାବେଳେ ପୋଲିସ ୨ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଏମାନଙ୍କ ଠାରୁ ପୋଲିସ 14ଟି ଏଟିଏମ୍ କାର୍ଡ, ନଗଦ 37 ହଜାର ଟଙ୍କା, ୩ଟି ମୋବାଇଲ, ଏଟିଏମ୍ କ୍ଲୋନିଂ ମେସିନ ଇତ୍ୟାଦି ପୋଲିସ ଜବତ କରିଛି ଏବଂ ତିନି ଅଭିଯୁକ୍ତଙ୍କୁ ପୋଲିସ୍ କୋର୍ଟ ଚାଲାଣ କରିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details