ଓଡିଶା

odisha

ETV Bharat / state

ଝାଡାବାନ୍ତିରେ 150ରୁ ଉର୍ଦ୍ଧ୍ବ ଆକ୍ରାନ୍ତ - ବଲାଙ୍ଗୀର ନ୍ୟୁଜ

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ କରୁଆଁ ଝର ଗ୍ରାମରେ ଝାଡାବାନ୍ତିରେ 150 ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

diarrhoea
ଝାଡାବାନ୍ତିରେ 150ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ

By

Published : May 15, 2020, 3:12 PM IST

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଝାଡାବାନ୍ତିରେ 150ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ କରୁଆଁ ଝର ଗ୍ରାମରେ ଝାଡାବାନ୍ତିରେ 150 ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ଝାଡାବାନ୍ତିରେ 150ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ

ଗତ ଗୁରୁବାର ସନ୍ଧ୍ୟାରେ ଏହି ଗ୍ରାମର କିଛି ଗ୍ରାମବାସୀଙ୍କ ଝାଡାବାନ୍ତି ହୋଇଥିଲା । ଶୁକ୍ରବାର ହଠାତ୍ ସମଗ୍ର ଗ୍ରାମବାସୀ ଏଥିରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି । ଏହି ଘଟଣାକୁ ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତ୍ୱରିତ ପଦକ୍ଷେପ ନେବା ସହ ତିନି ଜଣିଆ ଡାକ୍ତରୀ ଟିମ୍ ଗାଁକୁ ପଠାଇଛି। ବର୍ତ୍ତମାନ ଗ୍ରାମରେ ପୀଡ଼ିତ ଲୋକଙ୍କ ଚିକିତ୍ସା ଜାରି ରହିଛି।

ଝାଡାବାନ୍ତିରେ 150ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ

ସେହିପରି ଏଥିରେ 10 ଜଣ ଲୋକଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ୍କୁ ସ୍ଥାନାନ୍ତରିତ କରାଯାଇଛି। କିଛି ଲୋକଙ୍କୁ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ଡାଏରିଆର କାରଣ ଖୋଜା ଚାଲିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ABOUT THE AUTHOR

...view details