ବଲାଙ୍ଗୀର: ଜିଲ୍ଲାରେ ଗୁଣିଗାରେଡ଼ି ସନ୍ଦେହ କରି 14ଟି ପରିବାରକୁ ବାସନ୍ଦ କରାବା ସହ ଗାଁରୁ ତଡି ଦେଲେ ଗ୍ରାମବାସୀ । ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ନିର୍ମୂଲା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଗ୍ରାମରେ କିଛି ଦିନ ତଳେ ଚାରି ଜଣ ଯୁବତୀ ପ୍ରେତ ଲାଗିଲା ଭଳି ବ୍ୟବହାର କରିଥିଲେ ଏବଂ ସେମାନଙ୍କୁ ଗ୍ରାମବାସୀ ଝଡାଫୁଙ୍କା କରିଥିଲେ।
ସେହିପରି ଗ୍ରାମର କିଛି ଲୋକ ବିଭିନ୍ନ ପ୍ରକାରର ରୋଗରେ ପୀଡିତ ଥିବା ବେଳେ ଏଥିପାଇଁ ଗ୍ରାମବାସୀ ଗାଁରେ ରହୁଥିବା ଭୋଇ ପରିବାରକୁ ଦୋଷ ଦେଇଥିଲେ ଏବଂ ସେମାନେ ଗୁଣି ଗାରେଡି କରୁଥିବାର ଆରୋପ ଲଗାଇ ଗ୍ରାମସଭା କରିଥିଲେ । ତେବେ, ଏହି ଗ୍ରାମସଭାରେ ଭୋଇ ପରିବାରର 14ଟି ପରିବାରକୁ ଗ୍ରାମବାସୀ ମାଡ ମାରିବା ସହ ଗାଁ ଛାଡି ଚାଲି ଯିବାର ନିର୍ଦ୍ଦେଶ ଦେଇଥିଲେ। ଫଳରେ ଜୀବନ ଭୟରେ ସମସ୍ତ 14 ପରିବାର ଏବେ ଗାଁ ଛାଡି ପାଖ ଖୁଣ୍ଟ ମୁଣ୍ଡା ଗ୍ରାମର ଏକ କ୍ଲବ ଘରେ ଆଶ୍ରୟ ନେଇଛନ୍ତି।