ଓଡିଶା

odisha

ETV Bharat / state

ବିଜ୍ଞପ୍ତିର ଦ୍ବିତୀୟ ଦିନରେ ବଲାଙ୍ଗୀରରେ 12ଟି ନାମାଙ୍କନ ପତ୍ର ବିକ୍ରୟ

ବଲାଙ୍ଗୀରରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ହୋଇଛି । ବଲାଙ୍ଗୀର ଜିଲ୍ଲାର 5ଟି ବିଧାନସଭା ଓ ସୋନପୁର ଜିଲ୍ଲାର 2ଟି ବିଧାନସଭା ଲାଗି ଆସନ୍ତା 18ରେ ନିର୍ବାଚନ ହେବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

By

Published : Mar 21, 2019, 3:16 AM IST

ବଲାଙ୍ଗୀର: ଦ୍ବିତୀୟ ପର୍ଯ୍ଯାୟ ନିର୍ବାଚନ ପାଇଁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ବଲାଙ୍ଗୀର ଲୋକସଭା ଅଧୀନସ୍ଥ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀର ସରକାରୀ କାର୍ଯ୍ୟାଳୟରେ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ବଲାଙ୍ଗୀର ଜିଲ୍ଲାର 5ଟି ବିଧାନସଭା ଓ ସୋନପୁର ଜିଲ୍ଲାର 2ଟି ବିଧାନସଭା ପାଇଁ ଆସନ୍ତା 18ରେ ନିର୍ବାଚନ ହେବ ।

ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବର୍ତ୍ତମାନ ସୁଦ୍ଧା ବଲାଙ୍ଗୀର ଜିଲ୍ଲାରେ 12ଟି ନାମାଙ୍କନ ପତ୍ର ବିକ୍ରୟ ହୋଇଛି । ତେବେ ସର୍ବାଧିକ ଫର୍ମ ବିକ୍ରି ଟିଟିଲାଗଡରେ ହୋଇଥିବାବେଳେ କଣ୍ଟାବାଞ୍ଜିରେ ଜଣେ ସ୍ବାଧୀନ ପ୍ରାର୍ଥୀ ସୁରଥ ବେହେରା ଆଜି ନାମାଙ୍କନ ଦାଖଲ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଅନ୍ୟପଟେ ବଲାଙ୍ଗୀର ଲୋକସଭା ଆସନ ପାଇଁ ଜଣେ ପ୍ରାର୍ଥୀ ହୃଦାନନ୍ଦ କରୁଆଁ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି , ତେବେ ଆସନ୍ତା 22 ଓ 25 ରେ ସବୁ ପ୍ରାର୍ଥୀ ନାମାଙ୍କନ ଦାଖଲ କରିପାରନ୍ତି ବୋଲି କହିଛନ୍ତି ବଲାଙ୍ଗୀର ଉପଜିଲ୍ଲାପାଳ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details