ଓଡିଶା

odisha

ETV Bharat / state

ସାମାନ୍ୟ ବଚସାରୁ ଯୁବକକୁ ପିଟିପିଟି ହତ୍ୟା, ଅଭିଯୁକ୍ତ ଫେରାର

ଦୋକାନରୁ ଫାଷ୍ଟ ଫୁଡ୍ ଖାଇ ଟଙ୍କା ନ ଦେବାରୁ ଜଣେ ଯୁବକକୁ ଅନ୍ୟ ଜଣେ ଯୁବକ ଏକ ଲୁହା ରଡରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ । ଅଧିକ ପଢନ୍ତୁ...

By

Published : Sep 4, 2021, 3:55 PM IST

ସାମାନ୍ୟ ବଚସାରୁ ଯୁବକୁକୁ ପିଟିପିଟି ହତ୍ୟା, ଅଭିଯୁକ୍ତ ଫେରାର
ସାମାନ୍ୟ ବଚସାରୁ ଯୁବକୁକୁ ପିଟିପିଟି ହତ୍ୟା, ଅଭିଯୁକ୍ତ ଫେରାର

ଅନୁଗୋଳ: ସାମାନ୍ୟ ବଚସାକୁ କେନ୍ଦ୍ର କରି ଅନୁଗୋଳରେ ହତ୍ୟାକାଣ୍ଡ । ଦୋକାନରୁ ଫାଷ୍ଟ ଫୁଡ୍ ଖାଇ ଟଙ୍କା ନ ଦେବାରୁ ଜଣେ ଯୁବକକୁ ଅନ୍ୟ ଜଣେ ଯୁବକ ଏକ ଲୁହା ରଡରେ ପିଟିପିଟି ହତ୍ୟା କରିଥିବା ଜଣାପଡିଛି ।

ସାମାନ୍ୟ ବଚସାରୁ ଯୁବକୁକୁ ପିଟିପିଟି ହତ୍ୟା, ଅଭିଯୁକ୍ତ ଫେରାର

ଏପରି ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ କରମଙ୍ଗା ସାହିରେ । ଗତକାଲି(ଶୁକ୍ରବାର) ରାତି ପ୍ରାୟ 11 ଟା ସମୟରେ ଗାଁ ଛକରେ ଥିବା ଫାଷ୍ଟ ଫୁଡ଼ ଦୋକାନରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ବଚସା । ଶୁଭାଶିଷ ମହାପାତ୍ରଙ୍କ ଫାଷ୍ଟ ଫୁଡ୍ ଦୋକାନକୁ ଗାଁର ମନୋରଞ୍ଜନ ଦୋରା ଖାଇବା ପାଇଁ ଯାଇଥିଲେ । ଏହି ସମୟରେ ଶୁଭାଶିଷ ମନୋରଞ୍ଜନଙ୍କୁ ପଇସା ମାଗିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାକୁ ନେଇ ଶୁଭାଶିଷ ଏକ ଲୁହା ରଡରେ ମନୋରଞ୍ଜନକୁ ଆକ୍ରମଣ କରିଥିଲେ । ଉପସ୍ଥିତ ଲୋକେ ତୁରନ୍ତ ମନୋରଞ୍ଜନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅନ୍ୟପଟେ ଶୁଭାଶିଷ ଫେରାର୍ ହୋଇଯାଇଛି । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details