ଓଡିଶା

odisha

ETV Bharat / state

ମହିଳାଗୋଷ୍ଠୀଙ୍କ ଦଳଗତ ଉଦ୍ୟମ, ଘରୋଇ ଜିନିଷ ତିଆରି କରି ହୋଇଛନ୍ତି ରୋଜଗାରକ୍ଷମ - ମହିଳା ସଶକ୍ତିକରଣ

ପ୍ରବଳ ଇଚ୍ଛାଶକ୍ତି ଓ ଉଦ୍ୟମ ଥିଲେ ସୁଯୋଗ ଆପେ ଆପେ ମିଳିଥାଏ । ଏଠି ବିନା ସରକାରୀ ସହାୟତାରେ ନିଜସ୍ବ ଉଦ୍ୟମରେ ମହିଳା ହୋଇପାରିଛନ୍ତି ରୋଜଗାରକ୍ଷମ । ୫ ହଜାର ବ୍ୟବସାୟକୁ ପହଞ୍ଚାଇଛନ୍ତି ୫ ଲକ୍ଷରେ । ଏଭଳି କରି ଅନ୍ୟ ମହିଳାଙ୍କ ପାଇଁ ସାଜିଛନ୍ତି ଉଦାହରଣ । ଦେଖନ୍ତୁ ଅନୁଗୋଳ ସାକୋସିଂହା ଗ୍ରାମର ଏହି ମହିଳା ଗୋଷ୍ଠୀଙ୍କ ସଫଳତାର କାହାଣୀ...

ମହିଳାଗୋଷ୍ଠୀଙ୍କ ଦଳଗତ ଉଦ୍ୟମ, ଘରୋଇ ଜିନିଷ ତିଆରି କରି ହୋଇଛନ୍ତି ରୋଜଗାରକ୍ଷମ
ମହିଳାଗୋଷ୍ଠୀଙ୍କ ଦଳଗତ ଉଦ୍ୟମ, ଘରୋଇ ଜିନିଷ ତିଆରି କରି ହୋଇଛନ୍ତି ରୋଜଗାରକ୍ଷମ

By

Published : Jul 25, 2021, 3:43 PM IST

ଅନୁଗୋଳ: ପ୍ରବଳ ଇଚ୍ଛାଶକ୍ତି ଓ ଉଦ୍ୟମ ଥିଲେ ସୁଯୋଗ ଆପେ ଆପେ ମିଳିଥାଏ । ଜିଲ୍ଲାର କିଛି ମହିଳା ଗୋଷ୍ଠୀଙ୍କ କିଛି କରିବାର ଇଚ୍ଛା ଏବଂ ଦଳଗତ ଉଦ୍ୟମ ଯୋଗୁଁ ଆଜି ସେମାନେ ହୋଇପାରିଛନ୍ତି ସଫଳ । ୫ହଜାର ଟଙ୍କାରୁ ଆଜି ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରିଛନ୍ତି ସେମାନେ । ଆଗକୁ ଆହୁରି ଅନେକ କିଛି କରିବାକୁ ଲକ୍ଷ୍ୟ ରଖିଛନ୍ତି ଜିଲ୍ଲାର ଏହି ସାକୋସିଂହା ଗାଁର ୧୦ଜଣ ମହିଳା । ଛତୁ ଚାଷ ସାଙ୍ଗକୁ ଫିନାଇଲ ଏବଂ ଧୂପକାଠି ତିଆରି କରି ଅନ୍ୟ ମହିଳା ମାନଙ୍କୁ ସ୍ବାବଲମ୍ବୀ ହେବା ପାଇଁ ଦେଇଛନ୍ତି ପ୍ରେରଣା ।

ମହିଳାଗୋଷ୍ଠୀଙ୍କ ଦଳଗତ ଉଦ୍ୟମ, ଘରୋଇ ଜିନିଷ ତିଆରି କରି ହୋଇଛନ୍ତି ରୋଜଗାରକ୍ଷମ

ଦଳଗତ ଉଦ୍ୟମ ଯୋଗୁଁ ସଫଳ ହୋଇ ପାରିଛନ୍ତି ଏହି ମହିଳାମାନେ । ନିଜର ପ୍ରଚେଷ୍ଟା ଫଳରେ ହୋଇପାରିଛନ୍ତି ରୋଜଗରକ୍ଷମ । ଛୋଟ ସ୍ଥାନରେ ଛତୁ ଚାଷ ସହ ଫିନାଇଲ ଓ ଧୂପକାଠି ତିଆରି କରି ବଜାରରେ ବିକି ବେଶ ଲାଭବାନ ହୋଇପାାରୁଛନ୍ତି ଏହି ଗୋଷ୍ଠୀ । ଜିଲ୍ଲାର ସାକୋସିଂହା ଗାଁର ୧୦ଜଣ ମହିଳା ଗତ ପ୍ରାୟ ୩ବର୍ଷ ପୂର୍ବେ ଏକାଠି ହୋଇ କିଛି କରିବା ପାଇଁ ନିଷ୍ପତ୍ତି ନେଇ ଆଜି ସଫଳତା ହାସଲ କରିଛନ୍ତି । କସ୍ତୁରବା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ ନାମକ ଏକ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ତାଲିମ ନେଇ ଏହି ସଫଳତା ହାସଲ କରିଛନ୍ତି ।

ପ୍ରଥମେ ଛତୁ ଚାଷ କରି ସଫଳ ହେବା ପରେ ଫିନାଇଲ ଓ ଧୂପକାଠି ପ୍ରସ୍ତୁତି କରିବା ପାଇଁ ତାଲିମ ନେଲେ। ଘରେ ବସି ଫିନାଇଲ ପ୍ରସ୍ତୁତି ଆରମ୍ଭ କଲେ। ସେଥିରୁ ମଧ୍ୟ ଭଲ ଲାଭ ହୋଇଥିଲା । ଏବେ ପ୍ରତିଦିନ ପ୍ରାୟ ୫ ରୁ ୬କେଜି ଛତୁ ଉତ୍ପାଦନ ହୋଇପାରୁଛି । MCL କଲୋନୀରେ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଫିନାଇଲର ବେଶ ଚାହିଦା ରହିଛି । ତେଣୁ ବିକ୍ରିର କୌଣସି ଅସୁବିଧା ରହୁ ନାହିଁ ବୋଲି କହିଛନ୍ତି ଏହି ଗୋଷ୍ଠୀ । ସେମାନଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା ଧୂପକାଠିକୁ ଘରକୁ ଆସି ବିଭିନ୍ନ ଦୋକାନୀମାନେ କିଣି ନେଇ ଯାଉଛନ୍ତି । ମହିଳାଙ୍କ ନିଷ୍ଠା ଓ ପରିଶ୍ରମ ବଳରେ ୫ହଜାର ଟଙ୍କା ବ୍ୟୟରେ ଆରମ୍ଭ କରିଥିବା ଏହି ଉଦ୍ୟୋଗ ଏବେ ୫ଲକ୍ଷ ଟଙ୍କାରେ ପହଞ୍ଚିଛି ।

କିଛି ମହିଳା ସଶକ୍ତିକରଣ ସରକାରୀ ଯୋଜନାର ସହାୟତା ନେଇ ମଧ୍ୟ ବିଭିନ୍ନ କାରଣ ଯୋଗୁଁ ସଫଳତା ପାଇ ପାରୁନାହାନ୍ତି । କିନ୍ତୁ ଏଇଠି ସାକୋସିଂହା ଗାଁର ମହିଳାମାନେ ନିଜସ୍ବ ଉଦ୍ୟମରେ ସଫଳତା ପାଇ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଥିବା ସହିତ ସେମାନଙ୍କୁ ଯୋଗାଇଛନ୍ତି ପ୍ରେରଣା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details