ଅନୁଗୋଳ:ପିଇବା ପାଣି ପାଇଁ ରାସ୍ତା ଅବରୋଧ । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ମହିଧରପୁର ଗାଁରେ ପାଣି ପାଇଁ ରାସ୍ତା ଅବରୋଧ କରିଛନ୍ତି ମହିଳା ।
ବହୁ ବର୍ଷ ଧରି ସେହି ଗାଁରେ ଜଳ ସଙ୍କଟ ଲାଗି ରହିଛି । ସବୁ ଖୋଲା କୂଅ ଶୁଖି ଗଲାଣି । ଯେଉଁ ନଳକୂଆ ଅଛି ସେଥିରୁ ପାଣି ବାହାରୁନି। ଖରା ଦିନ ଆରମ୍ଭ ହୋଇଯାଇଥିବାରୁ ପିଇବା ପାଣି ମୁନ୍ଦେ ପାଇଁ ଲୋକେ ଆଉଟପାଉଟ ହେଉଛନ୍ତି । ଯେଉଁ ଅସୁବିଧାକୁ ଏଡାଇବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ମହିଳା ।