ଓଡିଶା

odisha

ETV Bharat / state

ଗାଈଗୋରୁ ଉଜାଡୁଛନ୍ତି ଫସଲ, ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ବୁଲା ଗାଈଗୋରୁ ଓ ଷଣ୍ଢ ଫସଲ ଉଜାଡିବା ସହ ବ୍ୟାପକ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅନୁଗୋଳ ଜିଲ୍ଲାପାଳଙ୍କ କାଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗ୍ରାମବାସୀ ।

anugul
ଗାଈଗୋରୁଙ୍କ ବିରୁଦ୍ଧରେ ଦାବିପତ୍ର

By

Published : Aug 24, 2020, 9:34 PM IST

ଅନୁଗୋଳ: ଗ୍ରାମବାସୀଙ୍କ ଚିନ୍ତା ବଢାଇଛି ସହରର ଗୋରୁଗାଈ । ବୁଲା ଗାଈଗୋରୁ ଓ ଷଣ୍ଢ ଫସଲ ଉଜାଡିବା ସହ ବ୍ୟାପକ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗ୍ରାମବାସୀ ।

ଗାଈଗୋରୁଙ୍କ ବିରୁଦ୍ଧରେ ଦାବିପତ୍ର

ସହର ଲୋକଙ୍କ ଗାଈ ତଳି ଗାଁର ଚାଷୀ କ୍ଷେତରେ ପଶି ଫସଲ ଖାଇବା ସହ ନଷ୍ଟ କରିଦେଉଛନ୍ତି । ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ କୁମଣ୍ଡ ଗାଁ ଫସଲ ସୁରକ୍ଷା କମିଟି ବୁଲା ଗାଈଗୋରୁଙ୍କ ଉପଦ୍ରବରୁ ସେମାନଙ୍କ ଫସଲକୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି ।

ଏନେଇ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହାଛଡା ଉପଯୁକ୍ତ ମୁଲ୍ୟରେ ଚାଷୀଙ୍କୁ ୟୁରିଆ ସାର ଯୋଗାଇ ଦେବାକୁ ଦାବି କରାଯାଇଛି । ଯଦି ଆଗାମୀ ଦିନରେ ସହର ଗାଈ ଗାଁ ଚାଷୀର ଫସଲ ଉଜାଡେ, ତେବେ ବଡଧରଣର ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି ଆନ୍ଦୋଳନକାରୀ ଗ୍ରାମବାସୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details