ଓଡିଶା

odisha

ETV Bharat / state

ଆକାଶ ଛୁଆଁ ପରିବାର ଦର, ଭାତ ହାଣ୍ଡିରେ ଚଡକ - ରୋଷେଇ ଘରେ କଲା ମହଙ୍ଗା ମାଡ

ପରିବା ବଜାରରେ ମହଙ୍ଗା ମାଡ଼ ରୋଷେଇ ଘରର ବଜେଟକୁ ମାତ୍ ଦେଇଛି। ଏମିତି ସ୍ଥିତି ଯେ ଦୈନିକ ବଜାରରେ ୫୦ ଟଙ୍କା ତଳକୁ ମିଳୁନି କୌଣସି ପରିବା । ଆଉ ତା' ସାଙ୍ଗକୁ ଏବେ କନ୍ଦାଉଛି ପିଆଜ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Nov 10, 2019, 1:16 AM IST

ଅନୁଗୋଳ: ପରିବା ବଜାରର ମହଙ୍ଗା ମାଡ଼ ଏବେ ରୋଷେଇ ଘରେ ପଡିଛି । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ । ଦୈନିକ ପରିବା ବଜାରରେ ବାଇଗଣ ଦର ୫୦ଟଙ୍କା, ଭେଣ୍ଡି ୬୦, ପୋଟଳ ୭୦, ଟମାଟୋ କିଲୋ ପିଛା ୬୦ ଟଙ୍କା ଦର ରହିଛି । ଆଉ ବନ୍ଧାକୋବି ହେଉକି ଫୁଲକୋବି ହେଉ ଗୋଟା ଅତିକମରେ ୪୦ ଟଙ୍କାରେ ବିକ୍ରି ହେଉଛି। ଏ ପରିସ୍ଥିତିରେ ପରିବା କିଣିଲେ ବ୍ୟାଗର ଗୋଟିଏ କୋଣକୁ ପଡୁନଥିବା ଲୋକେ କହିଛନ୍ତି ।

ଆକାଶ ଛୁଆଁ ପରିବା ଦର ଯୋଗୁଁ ଲୋକେ ଏବେ କିଲୋ ବଦଳରେ ଅଢେଇଶ ଗ୍ରାମ ହିସାବରେ ପରିବା କିଣୁଛନ୍ତି । ଆଉ ଗ୍ରାହକଙ୍କ ଏଭଳି କିଣିବା ବେପାରୀଙ୍କ ପକାଇଛି ଚିନ୍ତାରେ । ଏମିତି ସ୍ଥିତିରେ ଆଳୁ ପିଆଜ ଦର ଲୋକଙ୍କୁ କନ୍ଦାଉଛି । ଆଳୁ କିଲୋ ପିଛା ୨୫ ରୁ ୩୦ ଟଙ୍କାରେ ବିକ୍ରି ହେଉଥିବାବେଳେ ପିଆଜ କିଲୋ ପିଛା ଅତି କମରେ ୬୦ରୁ ଆରମ୍ଭ ହୋଇ ୬୫ ଟଙ୍କା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେପଟେ ଜିଲ୍ଲାରେ ଯୋଗାଣ ବିଭାଗ ପକ୍ଷରୁ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ପିଆଜ ବିକ୍ରି ଆରମ୍ଭ କରିଛନ୍ତି । ସହରର ବିଭିନ୍ନ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ପିଆଜ କିଲୋ ପିଛା ୫୫ ଟଙ୍କା ମଧ୍ୟ ବିକ୍ରି ଆରମ୍ଭ ହୋଇଛି । ପରିବା ଦର ପାଇଁ ସରକାରଙ୍କ ଦୃଷ୍ଟି ପଡୁ ବୋଲି ଖାଉଟି ଅଭିଯୋଗ କରିଥିବା ବେଳେ ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଛନ୍ତି ।

ବେପାରୀଙ୍କ ମତରେ ଏଭଳି ଦର ଆହୁରି ମାସେ ଲାଗି ରହିବ । ଯଦି ଯୋଗାଣ ବିଭାଗ ଏଥିପ୍ରତି ନଜର ନଦିଏ ତେବେ ପରିବାକୁ ନେଇ ମଧ୍ୟ କଳାବଜାରୀ ଆରମ୍ଭ ହେବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details