ଓଡିଶା

odisha

ETV Bharat / state

ଥିଲା ବୋହୂ ହେଲା ଝିଅ, କନ୍ୟାଦାନ କରି ଉଦାହରଣ ସାଜିଲେ ଶାଶୂ

ନିଜର ପୁଅର ମୃତ୍ୟୁ ପରେ ବୋହୂର ଅନ୍ୟତ୍ର ବିବାହ କରିଛନ୍ତି ଶାଶୂଘର ଲୋକେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ତାଳଚେରରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Sep 14, 2019, 9:04 PM IST

ଅନୁଗୋଳ: ଶାଶୁଘରେ ଚାଲିଛି ବୋହୂର ବିବାହ । ପୂରା ଓଡିଆ ରୀତିନୀତି ଓ ପରିବାରର ପୂର୍ଣ୍ଣ ସହମତିରେ । ହଁ ଆପଣ ଠିକ ଦେଖୁଛନ୍ତି ଆଜିର ଏହି ରକ୍ଷଣଶୀଳ ସମାଜରେ ଶାଶୂ କରୁଛି ବୋହୂର କନ୍ୟାଦାନ । ଆଉ କନ୍ୟା ସାଜିଛି 2 ମାସ ତଳେ ସ୍ବାମୀ ହରାଇଥିବା ଜଣେ ବିଧବା । ଏ ବିବାହ ଏମିତି ଏକ ବିବାହ ଯାହା ଶୁଣିବାକୁ ଗପ ଲାଗୁଥିଲେ ବି ସତ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଏହି ନିଆରା ବିବାହ ହୋଇଛି ଅନୁଗୋଳର । ଜିଲ୍ଲାର ତାଳଚେରର ଗୋବରା ଗାଁର ପ୍ରତିମା ବେହେରା ନିଜ ସାନ ପୁଅ ଏମସିଏଲ କୋଇଲା ଖଣି ଦୁର୍ଘଟଣାରେ ମୃତ୍ୟୁର ଦୁଇମାସ ପରେ ବୋହୁ ଲିଲିର କରାଇଛନ୍ତି ବୈଦିକ ରୀତିନୀତିରେ ବିବାହ । ଚଳିତ ବର୍ଷ ଫେବୃୟାରୀ ମାସରେ ପ୍ରତିମା ଯେଉଁ ଝିଅ ହାତରେ ଶଙ୍ଖା ଚୁଡି ପିନ୍ଧାଇ ବୋହୂ କରି ଆଣିଥିଲେ ତାଙ୍କ ପୁଅର ମୃତ୍ୟୁ ପରେ ସେହି ଶଙ୍ଖା ଚୁଡି ଭାଙ୍ଗି ଯାଇଥିଲା । ହେଲେ କମ ବୟସରେ ବିଧବା ଦୁଃଖ ସହି ପାରିନଥିବା ବୋହୂକୁ ପୁଣିଥରେ ଲାଲ ଟୁକଟୁକ ସାଧବ ବୋହୁ କରି ବିବାହ କରିଛନ୍ତି ଶାଶୂ ପ୍ରତିମା ।


ଖବର ଅନୁଯାୟୀ, ପ୍ରତିମାଙ୍କ ସାନ ପୁଅ ରଶ୍ମୀରଞ୍ଜନ ଅନୁଗୋଳ ତୁରଙ୍ଗ ଗାଁର ଲିଲି ବେହେରାଙ୍କୁ ବିବାହ କରିଥିଲେ । ୫ ମାସ ପର୍ଯ୍ୟନ୍ତ ବେଶ ହସଖୁସିରେ ଚାଲିଥିଲା ସେମାନଙ୍କ ବୈବାହିକ ଜୀବନ। ଭାଗ୍ୟର ବିଡମ୍ବନା ଭରତପୁର କୋଇଲା ଖଣି ଦୁର୍ଘଟଣାରେ ଆରପାରିକୁ ଚାଲି ଗଲେ ରଶ୍ମୀରଞ୍ଜନ । ପରେ ପ୍ରତିମାଙ୍କ ଘର ଛାରଖାର ହୋଇଯାଏ ।

ପୁଅର ମୃତ୍ୟୁ ପରେ ଲିଲିଙ୍କ ବିଧବା ଦୁଃଖ ସାହି ପାରିନଥିଲେ ପ୍ରତିମା । ଲିଲିକୁ ବୁଝା ସୁଝା କରି ପ୍ରତିମା ନିଜ ଭାଇ ପ୍ରାଣବନ୍ଧୁ ବେହେରାଙ୍କ ପୁଅ ସଂଗ୍ରାମ ବେହେରା ସହ ବିବାହ କରାଇଛନ୍ତି । ଭଣଜା ବୋହୂକୁ ନିଜ ଘରକୁ ବୋହୂ କରି ନେବାକୁ କୁଣ୍ଠା କରି ନାହାନ୍ତି ନାହିଁ ପ୍ରାଣବନ୍ଧୁ । ପ୍ରତିମାଙ୍କ ଦୃଢ ମନୋବଳ ଓ ପ୍ରାଣବନ୍ଧୁ ଙ୍କ ବଦାନ୍ୟତା ଆଜି ଜଣେ ବିଧବା ମୁହଁ ରେ ହସ ଫୁଟାଇ ପାରିଛି । ଯାହା ସମାଜ ପାଇଁ ଉଦାହରଣ ।


ତେବେ ପ୍ରତିମାଙ୍କ ନିଷ୍ପତ୍ତି ଆଗରେ ହାର ମାନିଛି ସାମାଜିକ କଟକଣା ଓ ପ୍ରତିବନ୍ଧକ । ତାଙ୍କର ଏହି ନିଷ୍ପତ୍ତି ଜଣେ ବିଧବା ମୁହଁରେ ହସ ଫୁଟାଇବା ସହ ସମାଜ ପାଇଁ ସୃଷ୍ଟି କରିଛି ଅନନ୍ୟ ଉଦାହରଣ ।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details