ଓଡିଶା

odisha

ETV Bharat / state

'ସଚିବଙ୍କ ପାଇଁ ଚୌକି ପକାଉଛନ୍ତି ନେତା, ରାଜ୍ୟରେ ଚାଲିଛି ବିଚିତ୍ର ସରକାର'

ଟାର୍ଗରେ 5T ସଚିବ ଭି.କେ ପାଣ୍ଡିଆନ । ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଆକ୍ଷେପ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

By

Published : Jun 26, 2023, 5:14 PM IST

Etv Bharat
Etv Bharat

ସଚିବଙ୍କ ପାଇଁ ଚୌକି ପକାଉଛନ୍ତି ନେତା

ଅନୁଗୋଳ: ଓଡ଼ିଶାର ଶାସନ ବ୍ୟବସ୍ଥା ଭୁଶୁଡି ପଡ଼ିଛି । ଯେଉଁମାନଙ୍କୁ ସାଧାରଣ ଜନତା ଭୋଟ ଦେଇ ନିର୍ବାଚିତ କରିଥିଲେ ସେମାନେ ଦେଖା ଦେଉନାହାନ୍ତି । ଏଠି MLA ଆଉ MPଙ୍କର ଦେଖା ମିଳୁନାହିଁ । ଆଜି ଅନୁଗୋଳ ଗସ୍ତର ତୃତୀୟ ଦିନରେ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ଆକ୍ଷେପ କରି ଏଭଳି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜିଲ୍ଲାର ଛେଦଣ୍ଡିଦାଠାରେ ଗରିବ କଲ୍ୟାଣ ସମାବେଶ ରାଜ୍ୟ ସରକାରଙ୍କୁ ଏଭଳି ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର ।

ଆଜି ଅନୁଗୋଳ ଜିଲ୍ଲାର ଛେଣ୍ଡିପଦାଠାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ରାଜ୍ୟ ସରକାର ଓ ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥାକୁ ଟାର୍ଗେଟ କରିଥିଲେ । ସେ କହିଥିଲେ, " ବର୍ତ୍ତମାନ ସାରା ଓଡ଼ିଶାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସାମ୍ବିଧାନିକ ବ୍ୟବସ୍ଥା ଭୁଶୁଡି ପଡ଼ିଛି । ଯେଉଁମାନେ ଲୋକମାନଙ୍କଠାରୁ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ସେମାନେ ଏବେ ବାବୁମାନଙ୍କର ଚୌକି ଉଠାଉଛନ୍ତି । ବାବୁମାନଙ୍କ ପାଇଁ ସଭା ସମିତି ଆୟୋଜନ କରୁଛନ୍ତି । ଏଭଳି ଓଲଟା ଶାସନ ବ୍ୟବସ୍ଥା ପୃଥିବୀରେ କୋଉ ଅଞ୍ଚଳରେ ଦେଖିବାକୁ ମିଳିବ ନାହିଁ। ତେଣୁ ଏଭଳି ବ୍ୟବସ୍ଥାରେ ଲୋକଙ୍କ କଥା କିଏ ବୁଝିବ ?"

ଏହା ବି ପଢନ୍ତୁ- 5T ସଚିବଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ, ବିଜେପିକୁ ବି ଛାଡ଼ିଲାନି କଂଗ୍ରେସ

ସେ ଆହୁରି କହିଛନ୍ତି, "ଏଠାରେ ପିଇବା ପାଣି ନାହିଁ । ବିଜୁଳି କାଟ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖଣି ରାଜସ୍ବକୁ ୫୦ହଜାର କୋଟିକୁ ବଢ଼ାଇଛନ୍ତି । ହଜାର ହଜାର କୋଟି ଟଙ୍କା ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ କେନ୍ଦ୍ର ଦେଉଛି । ୫୦ଭାଗ ପିସି କାରବାର ହେଉଛି । ସରକାର ଅନ୍ୟ କାହାକୁ ଟେକି ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦେଖାନାହିଁ । ମନ୍ତ୍ରୀ ମଣ୍ଡଳ ସଦସ୍ୟମାନଙ୍କ ସୋର ଶବ୍ଦ ନାହିଁ । ବିଧାୟକ ଓ ସାଂସଦମାନଙ୍କ କଥା ନ କହିବା ଭଲ। ଏଠାକାର ଶାସନ ବ୍ୟବସ୍ଥା ଭୁଶୁଡ଼ି ଯାଇଥିବା କାରଣରୁ ଓଡ଼ିଶାରେ ଏକଦମ ଖରାପ ପରିସ୍ଥିତି ସୃଷ୍ଟି ହୋଇଛି ।"

ତେଣୁ ଏଥିପାଇଁ ବ୍ୟାପକ ଜନ ଆନ୍ଦୋଳନ କରିବାକି ବିଜେପି ପ୍ରସ୍ତୁତ ହେଇଥିବା କଥା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଆଗାମୀ ଦିନରେ ପୁଣି ଥରେ ନରେନ୍ଦ୍ର ମୋଦିଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବାକୁ ହେଲେ ଏଠାକାର ସାଂସଦମାନଙ୍କୁ ଭୋଟ ଦେଇ ଜିତାଇବାକୁ ଲୋକଙ୍କୁ ଅନୁରୋଧ କରିଥିଲେ । ସଭା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଛେଣ୍ଡିପଦା ମାଉସୀ ମା' ମନ୍ଦିରକୁ ଯାଇ ତିନି ଠାକୁରଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ପ୍ରଧାନଙ୍କ ସମେତ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details