ଓଡିଶା

odisha

ETV Bharat / state

ଧର୍ମେନ୍ଦ୍ରଙ୍କ ଦୃଢ଼ୋକ୍ତି, ଏଥର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର - ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଷ୍ଟାଡିୟମରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢ଼ୋକ୍ତି । ଏଥର ଓଡ଼ିଶାରେ ଗଡ଼ିବ ଡବଲ ଇଞ୍ଜିନ ସରକାର । ଅଧିକ ପଢ଼ନ୍ତୁ

ଗରିବ କଲ୍ୟାଣ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଗରିବ କଲ୍ୟାଣ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By

Published : May 26, 2023, 5:59 PM IST

ଗରିବ କଲ୍ୟାଣ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ: ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଷ୍ଟାଡିୟମରେ ଗରିବ କଲ୍ୟାଣ ସମାବେଶ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନସଭାକୁ ଉଦ୍‌ବୋଧନ ଦେଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୨୪ରେ ପୁଣିଥରେ ମୋଦି ପ୍ରଧାନମନ୍ତ୍ରୀ ହେବେ ଏବଂ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଡ଼ିବ ବୋଲି ଏହି ସଭାରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିରେ ମୋଦି ସରକାରଙ୍କ ୯ ବର୍ଷର ସଫଳତା ସମ୍ପର୍କରେ ବିସ୍ତୃତ ଭାବେ ଉଦ୍‌ବୋଧନ ଦେବା ସହ ରାଜ୍ୟ ସରକାରଙ୍କୁ ତେରଛା ବାଣ ମାରିଥିଲେ କେନ୍ଦ୍ରମନ୍ତ୍ରୀ ।

ଆଜି ଆଠମଲ୍ଲିକରେ କେନ୍ଦ୍ର ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେଇ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, "ଆଜି ଆମ ଦେଶ ସବୁଥିରେ ଆଗୁଆ । ଦେଶର ସୁରକ୍ଷା, ଅର୍ଥନୀତି, ଗରିବ କଲ୍ୟାଣ, ଆଇଟି, ବିମାନ ସେବା, ରେଳ ଚଳାଚଳ, ଉଜ୍ଜଳା ଯୋଜନା, ଆବାସ ଯୋଜନା ଏବଂ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ସମେତ ସବୁ କ୍ଷେତ୍ରରେ ଆମେ ଆଗେଇ ପାରିଛେ । ବ୍ରିଟିଶ ଅମଳରେ ତିଆରି ହୋଇଥିବା ସଂସଦ ଭବନ ପରିବର୍ତ୍ତେ ଆଜି ନୂତନ ସଂସଦ ଭବନ ନିର୍ମାଣ ହୋଇଛି । ତେଣୁ ଆସନ୍ତା ୨୮ ତାରିଖ ପ୍ରଧାନମନ୍ତ୍ରୀ ଏହାକୁ ଉତ୍ସର୍ଗ କରିବେ । କିଛି ଅଜ୍ଞାନୀ ବନ୍ଧୁ ଏହାକୁ ବିରୋଧ କରୁଛନ୍ତି । ଯାହାକି ଆଦୌ ଠିକ ନୁହେଁ ।" ରାଜନୀତିରେ ବାଦ ବିବାଦ ଥିଲେ ମଧ୍ୟ ମନ୍ଦିର ସମାନ ଓ ମନ୍ଦିର ଗୋଟିଏ ବୋଲି କହିଥିଲେ ଧର୍ମେନ୍ଦ୍ର । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ, ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ଜିଲ୍ଲା ବିଜେପି ସଭାପତି ଡିଲେଶ୍ବର ପ୍ରଧାନ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନଙ୍କ ସମେତ ବୌଦ୍ଧ ଓ ଅନୁଗୋଳ ଜିଲ୍ଲାର ବହୁ ବରିଷ୍ଠ ଦଳୀୟ ନେତା ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, "କେନ୍ଦ୍ର ସରକାର ୮୦ ଭାଗ ଗରିବ ଲୋକଙ୍କୁ ମାଗଣାରେ ଚାଉଳ ଯୋଗାଇ ଦେଉଛନ୍ତି । ରାଜ୍ୟରେ ୫୦ ଲକ୍ଷ ପରିବାର ପାଖରେ ଘରେ ଘରେ ପିଇବା ପାଣି ପହଞ୍ଚାଇବାକୁ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଇଛନ୍ତି । ଏଭଳି ଅନେକ ଜନହିତକର ଯୋଜନାର ସୁଫଳ କୋଟି କୋଟି ଲୋକ ପାଇପାରୁଛନ୍ତି । ରାଜ୍ୟରେ ଆବାସ ଯୋଜନା ପାଇଁ ମୋଦି କୋଟି କୋଟି ଟଙ୍କା ଦେଉଛନ୍ତି । ପାନୀୟ ଜଳ ଯୋଗାଣ, ଗରିବଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଣ ଆଦି ପାଇଁ ମଧ୍ୟ ମୋଦି କୋଟି କୋଟି ଟଙ୍କା ଦେଉଛନ୍ତି । ଖଣିଜ ପାଣ୍ଠିରୁ ବାର୍ଷିକ ୫୦ ହଜାର କୋଟି ଟଙ୍କା ରାଜ୍ୟକୁ ଦେଉଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ଟଙ୍କାର ପ୍ରକୃତ ବିନିଯୋଗ କରୁନାହାନ୍ତି ।" ତେଣୁ ମୋଦି ଟଙ୍କା ଦେଉଛନ୍ତି, ନବୀନ ବାବୁ ସେ ଟଙ୍କା ବାଟ ମରଣା କରୁଛନ୍ତି ବୋଲି ଧର୍ମେନ୍ଦ୍ର କହିଥିଲେ । ଆସନ୍ତା ନିର୍ବାଚନରେ ରାଜ୍ୟରେ କିଭଳି ବିଜେପି ସରକାର ଗଠନ କରିବ, ସେଥିପାଇଁ ଜନସାଧାରଣଙ୍କ ସହଯୋଗ ଲୋଡ଼ିଥିଲେ ଧର୍ମେନ୍ଦ୍ର । ଡବଲ ଇଞ୍ଜିନ ସରକାର ହେଲେ ଅର୍ଥ ଆଉ ବାଟମାରଣା ନହୋଇ ସଠିକ ଭାବେ ଖର୍ଚ୍ଚ ହୋଇ ପାରିବ ଏବଂ ଲୋକେ ଏହାର ସୁଫଳ ପାଇ ପାରିବେ ବୋଲି ସେ କହିଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details