ଅନୁଗୋଳ: 16 ଦିନର ଶିଶୁକୁ ଚୋରି ଅଭିଯୋଗରେ ବନ୍ଧା ହେଲେ ଶିଶୁର ଦୁଇ ଆଇ ମା’। ଏଭଳି ଘଟଣା ନଜରକୁ ଆସିଛି ଅନୁଗୋଳ ପାଲଲହାଡ ଥାନା ରଞ୍ଜନା ଗାଁରେ । ମିଳିଥିବା ସୂଚନା ଅନୁସାରେ ରଞ୍ଜନା ଗାଁ ତଳ ସାହିରେ ସୁନେଇ ମୁଣ୍ଡା ତାର ଏକ ମାତ୍ର ୧୬ଦିନର ଶିଶୁ ପୁତ୍ରକୁ କୋଳରେ ଧରି ଶୋଇଥିବା ବେଳେ କେହି ତାକୁ ରାତିରେ ଚୋରି କରି ନେଇଥିଲା । ଖୋଜା ଖୋଜି କରି ନ ପାଇବା ପରେ ସୁନେଇ ମୁଣ୍ଡା ଓ ତାର ସ୍ବାମୀ ସୁଶୀଲ ମୁଣ୍ଡା ପାଲଲହଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ମା’ କୋଳରୁ ଛୁଆକୁ ଚୋରାଇ ନେଲେ ଦୁଇ ସମ୍ପର୍କୀୟ ଆଇ
ଅନୁଗୋଳ ପାଲଲହଡା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । 16 ଦିନର ଶିଶୁକୁ ଚୋରି ଅଭିଯୋଗରେ ବନ୍ଧା ହେଲେ ଶିଶୁର ଦୁଇ ଆଇ ମା’ । ଅଧିକ ପଢନ୍ତୁ...
ମା କୋଳରୁ ଛୁଆକୁ ଚୋରାଇ ନେଲେ ଦୁଇ ସମ୍ପର୍କୀୟ ଆଇ
ଶିଶୁକୁ ଚୋରି କରିଥିବା ସନ୍ଦେହରେ ସୁଶୀଲର ଦୁଇ ଜଣ ପିଉସୀ ଉର୍ମି ମୁଣ୍ଡା ଓ ସୁମି ମୁଣ୍ଡାଙ୍କୁ ପୋଲିସ ଅଟକ ରଖି ପଚାଉଚରା କରିବା ବେଳେ ଦୁହେଁ ଚୋରି କରିଥିବା ସ୍ବୀକାର କରିଥିଲେ । ତେବେ ସୁମିର କୌଣସି ସନ୍ତାନ ସନ୍ତତି ନଥିବାରୁ ପୁତୁରା ସୁଶୀଲର ନବଜାତ ପୁଅକୁ ରାତି ଅଧରେ ଚୋରି କରି ନେଇ ଯିବା ଲାଗି ଯୋଜନା କରିଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ