ଓଡିଶା

odisha

ETV Bharat / state

ନକଲି ମଦ କାରବାରରେ 2ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ - supply

ରବିବାର ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ରାଇବୋଲ ଗାଁରେ ଚଢାଉ କରିଛି ଅବକାରୀ ବିଭାଗ । ଏହି ଚଢାଉରେ ଅବକାରୀ ବିଭାଗ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିବା ସହ ଗୋଟିଏ ବୋଲେରୋ ଓ ଗୋଟିଏ ଅଟୋ ସହ ୨ ଜଣଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Apr 7, 2019, 8:07 PM IST

ଅନୁଗୋଳ: ମଦ କାରବାରରେ 2ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ । ରବିବାର ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ରାଇବୋଲ ଗାଁରେ ଅବକାରୀ ବିଭାଗ ଚଢାଉ କରିଥିଲା । ଯେଉଁଥିରେ ଅବକାରୀ ବିଭାଗ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିବା ସହ ଗୋଟିଏ ବୋଲେରୋ ଓ ଗୋଟିଏ ଅଟୋ ସହ ୨ ଜଣଙ୍କୁ ଗିରଫ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁଯାୟୀ, ଆଗକୁ ନିର୍ବାଚନ ଥିବାରୁ ବେଆଇନ ମଦ କାରବାର ଉପରେ ଅବକାରୀ ବିଭାଗର ନଜର ରହିଛି । ତେବେ ଏକ ବିଶେଷ ସୂତ୍ରରୁ ଖବର ପାଇ ରବିବାର ଢେଙ୍କାନାଳ ଜିଲ୍ଲାର ଏକ ସ୍ପେଶାଲ ଟିମ, ଏକ ମୋବାଇଲ ଟିମ ଓ କାମାକ୍ଷାନଗର ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରିଥିଲେ। ଯେଉଁଥିରେ ୬୦୦ଲିଟର ନକଲି ବିଦେଶୀ ମଦ ଜବତ କରିଥିବା ଜଣାପଡିଛି। ଏଥିରେ ସଂପୃକ୍ତ ଥିବା ୨ଜଣ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି।

ତେବେ ଏହି ବିଦେଶୀ ମଦକୁ ଅଭିଯୁକ୍ତମାନେ ବୋଲେରୋ ଯୋଗେ ଅନ୍ୟ ସ୍ଥାନକୁ ବେପାର ଉଦେଶ୍ୟରେ ନେଉଥିବା ସମୟରେ ଅବକାରି ଚଢାଉ କରି ଜବତ କରିଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details