ଓଡିଶା

odisha

ETV Bharat / state

ପ୍ରଶାସନର ଫମ୍ପା ପ୍ରତିଶୃତିରେ ହତାସ ଟୁସର ବାସିନ୍ଦା, ଦୁଃଖ ସାଜିଛି କେରାଣ୍ଡି ନାଳ - ଅନୁଗୋଳ ରାସ୍ତା ସମସ୍ୟା

ଗାଁକୁ ରାସ୍ତାଟିଏ ନାହିଁ । ନାଳ ପାଣି ଭିତରେ ପଶି ଯାତାୟତ କରୁଛନ୍ତି ଲୋକେ (road problem in anugul) । ମଟରଗାଡି ହେଉ କି ପଦଚାରୀ ସମସ୍ତେ ନାଳ ଦେଇ ବିପଦପୂର୍ଣ୍ଣ ଭାବେ ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି । ବହୁ ବିକ୍ଷୋଭ ପରେ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ତ ମିଳିଲା ହେଲେ ତାହା କେବଳ କଥାରେ ଅଟକିିଛି । ଅଧିକ ପଢନ୍ତୁ

people demanding construct a bridge
people demanding construct a bridge

By

Published : Dec 28, 2022, 8:08 AM IST

people demanding construct a bridge

ଅନୁଗୋଳ: ଜିଲ୍ଲାର ଆଠମଲ୍ଲିକ ବ୍ଲକ ଟୁସର ପଞ୍ଚାୟତରେ ଥିବା କେରାଣ୍ଡି ନାଳ ଉପରେ ପୋଲ ନିର୍ମାଣକୁ ନେଇ ବିବାଦ ସୃଷ୍ଟି ହୋଇଛି । ପଞ୍ଚାୟତବାସିନ୍ଦା ଚାହୁଁଥିବା ସ୍ଥାନ ବାଜପୁର ଗାଁ ନିକଟରେ ପୋଲ ନିର୍ମାଣ କରିବା ପରିବର୍ତ୍ତେ ଅନ୍ୟ ସ୍ଥାନରେ ନିର୍ମାଣ ହେଉଥିବାରୁ ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହ ସେଠାରେ ଆଉ ଏକ ପୋଲ ନିର୍ମାଣ କରାନଗଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପଞ୍ଚାୟତର ସମସ୍ତ ଜନସାଧାରଣ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି (people demanding construct a bridge) ।

ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଟୁସର ପଞ୍ଚାୟତ । ଏହି ପଞ୍ଚାୟତରେ ପ୍ରାୟ ୧୫ଟି ଛୋଟମୋଟ ଗାଁ ରହିଛି । ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଏହି ପଞ୍ଚାୟତ । ଟୁସର ପଞ୍ଚାୟତ କାର୍ଯ୍ୟାଳୟଠାରୁ ଅଣ ଓସାରିଆ ମାଟି ରାସ୍ତାରେ ଗଲେ ପଡେ ଅଧିକାଂଶ ଗାଁ । ଗାଁର ଶେଷ ମୁଣ୍ଡରେ ବହି ଯାଇଛି ଚିରସ୍ରୋତା କେରାଣ୍ଡି ନାଳ । ନାଳ ଅପର ପକ୍ଷରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ । ଟୁସର ପଞ୍ଚାୟତଠାରୁ ଅନୁଗୁଳ ସଦର ମହକୁମା ପ୍ରାୟ ୧୦୦କିମି ଦୂର ହୋଇଥିବା ବେଳେ ରେଢ଼ାଖୋଲ ବ୍ଲକର କୁକୁଡ଼ାବାହାଳି ପଞ୍ଚାୟତ ମାତ୍ର ୧୪କିମି ଦୂର । ତେଣୁ ଏହି ପଞ୍ଚାୟତର ଲୋକେ ସ୍କୁଲ, କଲେଜ, କିଣାବିକା, ଡାକ୍ତରଖାନା ଓ ଅନ୍ୟାନ୍ୟ ସମସ୍ତ କାମ ପାଇଁ କେବଳ ରେଢ଼ାଖୋଲ ଉପରେ ନିର୍ଭର କରନ୍ତି । ହେଲେ କେରାଣ୍ଡି ନାଳ ସେମାନଙ୍କ ପାଇଁ ସାଜିଛି ବାଧକ । ବର୍ଷାଦିନେ ନାଳ ପାଣି ବଢ଼ୁଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଏ । ତେଣୁ ପଞ୍ଚାୟତ ବାସିନ୍ଦା ବାରମ୍ବାର ସ୍ଥାନୀୟ ବିଧାୟକଙ୍କଠାରୁ ନେଇ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ପୋଲ ନିର୍ମାଣ ପାଇଁ ଗୁହାରି କରି ଆସୁଛନ୍ତି । ବହୁବାର ଆନ୍ଦୋଳନ ଓ ବିକ୍ଷୋଭ କରିଛନ୍ତି । ଲୋକଙ୍କ ଅସୁବିଧା ଦେଖି ସେଠାରେ ପ୍ରାୟ ୪କୋଟି ଟଙ୍କା ବ୍ୟୟରେ ଏକ ପୋଲ ନିର୍ମାଣ ପାଇଁ ସରକାର ଅର୍ଥ ମଞ୍ଜୁର କରିଛନ୍ତି କିନ୍ତୁ ଲୋକେ ଚାହୁଁଥିବା ସ୍ଥାନରେ ପୋଲ ନିର୍ମାଣ ହେବା ବଦଳରେ ଅନ୍ୟସ୍ଥାନରେ ନିର୍ମାଣ ଚାଲିଛି । ଏହାକୁ ନେଇ ପଞ୍ଚାୟତ ବାସିନ୍ଦା ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ସେଠାରେ ପୋଲ ନିର୍ମାଣ ପାଇଁ ଲୋକ ଚାହୁଁଥିବା ସ୍ଥାନ ଓ ବର୍ତ୍ତମାନ ନିର୍ମାଣ ଚାଲିଥିବା ସ୍ଥାନରୁ ମାଟି ପରୀକ୍ଷା ସହ ଅନ୍ୟାନ୍ୟ କାମ କରା ଯାଇଥିଲା । ହେଲେ ଶେଷରେ ବାଜପୁର ଗାଁ ନିକଟରେ ପୋଲ ନିର୍ମାଣ କରା ନଯାଇ ରେଢ଼ାଖୋଲ ବ୍ଲକ କୁକୁଡ଼ାବାହାଳି ପଞ୍ଚାୟତର ନୂଆପଡାଠାରେ ଚାଲିଛି ପୋଲ ନିର୍ମାଣ କାମ । ତେଣୁ ଟୁସର ପଞ୍ଚାୟତ ବାସିନ୍ଦା ଏକାଠି ହୋଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ସେମାନଙ୍କ ବାରମ୍ବାର ଦାବି ଆପତ୍ତି ପରେ ପୋଲ ନିର୍ମାଣ ପାଇଁ ସରକାର ଅର୍ଥ ମଞ୍ଜୁର କଲେ । ହେଲେ ଲାଭ ପାଇବେ ଅନ୍ୟ ପଞ୍ଚାୟତ ଲୋକ ବୋଲି ଅଭିଯୋଗ ଉଠାଇଛନ୍ତି ଲୋକେ । ତେଣୁ ଯେଉଁଠି ପୋଲ ନିର୍ମାଣ ଚାଲିଛି ତାହାକୁ ପଞ୍ଚାୟତ ବାସିନ୍ଦା ବିରୋଧ କରୁ ନାହାନ୍ତି। ହେଲେ ସେମାନେ ଚାହୁଁଥିବା ସ୍ଥାନରେ ଆଉ ଏକ ପୋଲ ନିର୍ମାଣ ହେଉ ବୋଲି ଦାବି କରିଛନ୍ତି । ଏନେଇ ସ୍ଥାନୀୟ ବିଧାୟକ କହିଛନ୍ତି ସେଠାକାର ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ସରକାର ପୋଲ ନିର୍ମାଣ ପାଇଁ ଅର୍ଥ ମଞ୍ଜୁରୀ କଲେ । କିନ୍ତୁ ନିର୍ମାଣ ବିଭାଗ ପରୀକ୍ଷା ନିରୀକ୍ଷା କରି ଯେଉଁଠି ଉପଯୁକ୍ତ ସ୍ଥାନ ସେଠାରେ ନିର୍ମାଣ କରାଯାଉଛି । ତଥାପି ଲୋକଙ୍କ ଦାବି ଅନୁସାରେ ବାଜପୁର ଗାଁ ନିକଟରେ ଆଉ ଏକ ପୋଲ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବି ବୋଲି କହିଛନ୍ତି ବିଧାୟକ ।

ଅନୁଗୋଳ ଓ ସମ୍ବଲପୁର ଜିଲ୍ଲା ସୀମାରେ ଅବସ୍ଥିତ ଟୁସର ପଞ୍ଚାୟତ । ଟୁସର ପଞ୍ଚାୟତର ଲୋକେ ସବୁ କାମ ପାଇଁ ରେଢ଼ାଖୋଲ ଉପରେ ନିର୍ଭର କରନ୍ତି । ତେଣୁ କେରାଣ୍ଡି ନାଳ ଉପରେ ପୋଲ ନିର୍ମାଣ ହେଲେ ହଜାରହଜାର ଲୋକ ଉପକୃତ ହୋଇ ପାରିବେ । ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ପ୍ରଶାସନ ଏଠିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details