ଓଡିଶା

odisha

By

Published : Jan 22, 2021, 8:39 AM IST

Updated : Jan 22, 2021, 9:37 AM IST

ETV Bharat / state

ଆଲୁମିନିୟମ ପରିବହନକୁ ନେଇ ଟ୍ରକ୍‌ ମାଲିକଙ୍କ ବିକ୍ଷୋଭ

ଟ୍ରକ୍‌ରେ ଆଲୁମିନିୟମ ପରିବହନ ବନ୍ଦ କରାଯିବା ପରେ ଟ୍ରକ୍‌ ମାଲିକ ସଂଘ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

Truck owners protest over aluminum transportation in Anugul
ଆଲୁମିନିୟମ ପରିବହନକୁ ନେଇ ଟ୍ରକ୍‌ ମାଲିକଙ୍କ ବିକ୍ଷୋଭ

ଅନୁଗୋଳ: ନାଲକୋରୁ ପୂର୍ବରୁ ଟ୍ରକ୍‌ ଯୋଗେ ଆଲୁମିନିୟମ ପରିବହନ କରାଯାଉଥିବା ବେଳେ ବର୍ତ୍ତମାନ ଏହାକୁ ଟ୍ରେନ ଯୋଗେ କରାଯାଉଛି । ଯାହାକୁ ନେଇ ଟ୍ରକ୍‌ ମାଲିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହାକୁ ବିରୋଧ କରି ଟ୍ରକ ମାଲିକ ସଂଘ ନାଲକୋ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନର ଡାକରା ଦେଇଛି ।

ଆଲୁମିନିୟମ ପରିବହନକୁ ନେଇ ଟ୍ରକ୍‌ ମାଲିକଙ୍କ ବିକ୍ଷୋଭ

ଟ୍ରକ୍‌ ଯୋଗେ ଆଲୁମିନିୟମ ପରିବହନ ବନ୍ଦ ହେବା ଦ୍ବାରା ଟ୍ରକ୍‌ ମାଲିକମାନେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ଟ୍ରକରେ ଆଲୁମିନିୟମ ପରିବହନ କରି ସେମାନେ ନିଜେ ରୋଜଗାର କରିବା ସହ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିଲେ । କିନ୍ତୁ ଗତ ମାସଠାରୁ ନାଲକୋର ଆଲୁମିନିୟମ ପରିବହନ ଟ୍ରକରେ ନ କରାଯାଇ ଟ୍ରେନରେ କରାଯାଉଛି । ଯାହାଦ୍ବାରା ଏବେ ଜିଲ୍ଲାର ପ୍ରାୟ ତିନି ହଜାର ଟ୍ରକ ଆଉ ଗଡୁ ନଥିବା ବେଳେ ଏହା ଉପରେ ନିର୍ଭର କରୁଥିବା 30 ହଜାର ପରିବାର ମଧ୍ୟ ପ୍ରଭାବିତ ହୋଇଛନ୍ତି ।

ଏ ସମ୍ପର୍କରେ ଜିଲ୍ଲାର ଟ୍ରକ୍‌ ମାଲିକ ସଂଘ ଓ ନାଲକୋ ଟ୍ରକ ମାଲିକ ସଂଘ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ଆଲୁମିନିୟମ ପରିବହନ ପରିବର୍ତ୍ତେ ଟ୍ରକ୍‌ରେ କୋଇଲା ପରିବହନ କରିବା ପାଇଁ ଟ୍ରକ୍‌ ମାଲିକଙ୍କୁ ଅନୁମତି ଦେବା ପାଇଁ ସେମାନେ ଦାବି କରି ଆନ୍ଦୋଳନ କରିଥିଲେ । ତେବେ ଏହି ଆନ୍ଦୋଳନରେ କିଛି ଟ୍ରକ୍‌ ମାଲିକଙ୍କୁ ପୋଲିସ ଅଟକ ରଖିଛି । ଏହାକୁ ବିରୋଧ କରି ଟ୍ରକ୍‌ ମାଲିକ ସଂଘ ନାଲକୋ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନ ଡାକରା ଦେଇଛନ୍ତି । ଆଗାମୀ ଦିନରେ ଆଲୁମିନିୟମ ପରିବହନ ପାଇଁ ଟ୍ରକ୍‌କୁ ଅନୁମତି ନ ମିଳିଲେ ସେମାନେ ରାଜା ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jan 22, 2021, 9:37 AM IST

ABOUT THE AUTHOR

...view details