ଓଡିଶା

odisha

ETV Bharat / state

ଦିନରେ ଝାଞ୍ଜି, ସନ୍ଧ୍ୟାରେ କାଳବୈଶାଖୀ

ଖରା ସହ ଦାଉ ସାଧୁଛି କାଳବୈଶାଖୀ । ଖରାରେ ହନ୍ତସନ୍ତ ହେଉଥିବା ଲୋକଙ୍କ ଉପରେ ଏବେ ଚଡକ ପକାଇଛି କାଳବୈଶାଖୀ । ତାଲଚେରରେ କାଳବୈଶାଖୀ ପ୍ରଭାବରେ ଅନେକ ଚାଳ ଘର ଭାଙ୍ଗିବା ସହ ଗଛ ଗୁଡିକ ଉପୁଡି ପଡିଛି ।

By

Published : May 28, 2019, 11:29 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଜିଲ୍ଲାର ତାଳଚେର ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ । ବିଭିନ୍ନ ରାସ୍ଥାରେ ଘଛ ଉପୁଡ଼ି ପଡିବା ସହ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି । ହଠାତ ଧୂଳି ଝଡ ସହ ବର୍ଷା ମାଡି ଆସିବାରୁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଛୋଟଛୋଟ ଚାଳ ଘର ସମେତ କେତେକ ସ୍ଥାନରେ ଆଜବେଷ୍ଟର ଘର ସବୁ ଭାଙ୍ଗି ଯାଇଛି । ସେହିଭଳି ବିଦ୍ୟୁତ ଖୁଣ୍ଟ ସବୁ ଉପୁଡି ପଡିଛି । ତେବେ ଏହି ବର୍ଷା ପରେ ଏବେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ ବିଦ୍ୟୁତ ସରବରାହ ବନ୍ଦ ଯୋଗୁ ଲୋକେ ନାନା ଅସୁବିଧା ଭୋଗୁଛନ୍ତି । ବିଶେଷ କରି ତାଳଚେର ପୌରାଞ୍ଚଳ ଲାଗିଥିବା ଗ୍ରାମାଞ୍ଚଳ ଗୁଡିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details