ଓଡିଶା

odisha

ETV Bharat / state

ସରିଯିବ ମଞ୍ଜୁରୀ ଅବଧି, ଜାନୁୟାରୀରୁ ବନ୍ଦ ହେବ ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର

ବନ୍ଦ ହେବାକୁ ଯାଉଛି ତାଳଚେର ତାପଜ ବିଦ୍ୟୁତ କାରଖାନା(ଟିଟିପିଏସ) । କେନ୍ଦ୍ର ପ୍ରଦୂଷଣ ବୋର୍ଡ଼ର ଅନୁମତି ଅବଧି ଚଳିତମାସ ଅର୍ଥାତ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିଛି। ତେଣୁ ଡିସେମ୍ବର ୩୧ ପରେ ଏହି ପ୍ଲାଣ୍ଟ ବନ୍ଦ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଅଧିକ ପଢନ୍ତୁ...

ବନ୍ଦ ହେବ ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର
ବନ୍ଦ ହେବ ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର

By

Published : Dec 13, 2020, 2:07 PM IST

Updated : Apr 6, 2021, 7:03 PM IST

ଅନୁଗୋଳ: ବନ୍ଦ ହେବାକୁ ଯାଉଛି ଅନୁଗୋଳ ଜିଲ୍ଲା ତାଳଚେର ଠାରେ ଥିବା ଏନଟିପିସି ପରିଚାଳନାଧିନ ତାଳଚେର ତାପଜ ବିଦ୍ୟୁତ କାରଖାନା । କେନ୍ଦ୍ର ପ୍ରଦୂଷଣ ବୋର୍ଡ଼ର ଅନୁମତି ଅବଧି ଚଳିତମାସ ଅର୍ଥାତ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିଛି। ତେଣୁ ଡିସେମ୍ବର ୩୧ ପରେ ଏହି ପ୍ଲାଣ୍ଟ ବନ୍ଦ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ବନ୍ଦ ହେବ ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର

ଫଳରେ ଏଠାରେ ସ୍ଥାୟୀ ଓ ଅସ୍ଥାୟୀ ଭାବେ କାମ କରୁଥିବା ହଜାର ହଜାର କର୍ମଚାରୀ ଚାକିରୀ ହରାଇବେ। ପ୍ଲାଣ୍ଟର ପରିବେଶ ମଞ୍ଜୁରୀ ଶେଷ ହେବା କାରଣରୁ ବନ୍ଦ ହେବାକୁ ଯାଉଛି ଏହି ପ୍ଳାଣ୍ଟ । ପ୍ଳାଣ୍ଟ ପାଇଁ ପରିବେଶ ମଞ୍ଜୁରୀ ଡିସେମ୍ବର ମାସ ୩୧ ତାରିଖରେ ଶେଷ ହେବାକୁ ଯାଉଛି । ଫଳରେ ୨୦୨୧ ମସିହାଠାରୁ ଏହି ପ୍ଳାଣ୍ଟ ଆଉ ଚାଲିବନାହିଁ ।

୧୯୬୪ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ଳାଣ୍ଟକୁ ବ୍ରାହ୍ମଣୀ ନଦୀରୁ ପାଣି ଓ ଜଗନ୍ନାଥ କୋଇଲା ଖଣିରୁ କନଭର ଯୋଗେଁ କୋଇଲା ଯୋଗାଇ ଦିଆଯାଉଛି । ପାଖାପାଖି ୪ କିଲୋମିଟର ଲମ୍ବ ଏହାର କନଭର ଲାଇନ । ଯାହାକି ଏସିହା ମହାଦେଶର ଦୀର୍ଘତମ କନଭର ଲାଇନ ବୋଲି ମଧ୍ୟ କୁହାଯାଏ ।

ତେବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ କହିବାନୁସାରେ, କନଭରର ମରାମତି ହେଉ ନଥିବାରୁ ତାହା ପ୍ରଦୂଷଣ କରୁଛି ଏବଂ ପ୍ଲାଣ୍ଟର ପରିବେଶ ମଞ୍ଜୁରୀ ସରୁଥିବା ବେଳେ ନୂତନ ପ୍ଳାଣ୍ଟ ବସାଇବା ପାଇଁ ଏହି ପ୍ଳାଣ୍ଟ ବନ୍ଦ କରିବାର ଯୋଜନା ମଧ୍ୟ କରାଯାଉଛି ।

ପ୍ଳାଣ୍ଟ ବନ୍ଦ ହେଲେ ରାଜ୍ୟ ଯେଉଁ ୪୬୦ ମେଗାୱାଟ ବିଦ୍ୟୁତ ପାଉଥିଲା ତାହା ଆଉ ମିଳିବ ନାହିଁ। ଅନ୍ୟପକ୍ଷରେ କାରଖାନାରେ କାର୍ଯ୍ୟ କରୁଥିବା ପ୍ରାୟ ୩୫୦ ସ୍ଥାୟୀ କର୍ମଚାରୀ ଏବଂ ୧୫୦୦ ଠିକା କର୍ମଚାରୀ ସେମାନଙ୍କ ଜୀବିକା ଜିବୀକା ହରାଇବେ।

ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି କାରଖାନା ଉପରେ ନିର୍ଭର କରୁଥିବା ପ୍ରାୟ ୧୦ ହଜାରରୁ ଅଧିକ ପରିବାର ସମ୍ପୂର୍ଣ୍ଣ ପ୍ରଭାବିତ ହେବେ। ଯାହାକୁ ନେଇ ଏବେ ସମସ୍ତେ ଚିନ୍ତାରେ । ଏନେଇ ଟିଟିପିଏସ କର୍ତ୍ତୃପକ୍ଷ ମୁହଁ ଖୋଲି ନଥିବା ବେଳେ କାରଖାନର କର୍ମଚାରୀ ଓ ଶ୍ରମିକ ମାନେ ନୂଆପ୍ଲାଣ୍ଟ ହେବା ପର୍ଯ୍ୟନ୍ତ ଏହି ପୁରୁଣା ପ୍ଲାଣ୍ଟ ଚଳାଇବାକୁ ଦାବି କରିଛନ୍ତି । ସେପଟେ ଏହି ପ୍ଳାଣ୍ଟ ବନ୍ଦ ପୂର୍ବରୁ ଏଠାରେ ୧୩୨୦ ମେଗାୱାଟ ବିଶିଷ୍ଟ ନୂଆ ପ୍ଲାଣ୍ଟ କରିବାର ଯୋଜନା ରହିଥିଲା । ମାତ୍ର ସେ କାମ ଏବେ ଅଧାରେ ଅଟକିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Apr 6, 2021, 7:03 PM IST

ABOUT THE AUTHOR

...view details