ଓଡିଶା

odisha

ETV Bharat / state

ଘରେ ରହିବା ପାଇଁ ଓଡିଶାବାସୀଙ୍କୁ ଆମେରିକାରୁ ନିବେଦନ କଲେ ଓଡିଆ ଦମ୍ପତି

ଅନୁଗୋଳର ଓଡ଼ିଆ ଦମ୍ପତି ଆମେରିକାରେ କୋରୋନା ଯୋଗୁଁ 40ଦିନ ହେଲା ଘର ଭିତରେ ବନ୍ଦୀ ପରି ଜୀବନ ଅତିବାହିତ କରୁଛନ୍ତି । ଯାହାକୁ ଦେଖି ଆମେରିକାରେ ରହି ମଧ୍ୟ ଏହି ଓଡିଆ ଦମ୍ପତି ନିଜ ସୁରକ୍ଷା ସହ ରାଜ୍ୟବାସୀଙ୍କ ସୁରକ୍ଷା ନିମନ୍ତେ ଘରେ ରହିବାକୁ ପରାମର୍ଶ ଦେଇ ଏକ ଭିଡିଓ ପଠାଇଛନ୍ତି । ଅଧିକ ପଢ଼ନ୍ତୁ...

By

Published : Apr 30, 2020, 12:24 AM IST

Oriya couple from america
ଆମେରିକାରୁ ନିବେଦନ କଲେ ଓଡିଆ ଦମ୍ପତି

ଅନୁଗୋଳ: ମହାମାରୀ କୋରୋନା ଦାଉରୁ ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ ଆମେରିକାରୁ ପ୍ରାର୍ଥନା କଲେ ଓଡିଆ ଦମ୍ପତ୍ତି । ଅନୁଗୋଳର ଓଡ଼ିଆ ଦମ୍ପତି ଆମେରିକାରେ କୋରୋନା ଯୋଗୁଁ 40ଦିନ ହେଲା ଘର ଭିତରେ ବନ୍ଦୀ ପରି ଜୀବନ ଅତିବାହିତ କରୁଛନ୍ତି । ଆଉ ଏଭଳି ଘଡିସନ୍ଧି ମୂହର୍ତ୍ତରେ ସାରା ବିଶ୍ବକୁ ଏବେ କୋରୋନା କାୟା ବିସ୍ତାର କରିସାରିଲାଣି । ଯାହାକୁ ଦେଖି ଆମେରିକାରେ ରହି ମଧ୍ୟ ଏହି ଓଡିଆ ଦମ୍ପତି ନିଜ ସୁରକ୍ଷା ସହ ରାଜ୍ୟବାସୀଙ୍କ ସୁରକ୍ଷା ନିମନ୍ତେ ଘରେ ରହିବାକୁ ପରାମର୍ଶ ଦେଇ ଏକ ଭିଡିଓ ପଠାଇଛନ୍ତି ।

ଘରେ ରହିବା ପାଇଁ ଆମେରିକାରୁ ନିବେଦନ କଲେ ଓଡିଆ ଦମ୍ପତି
ଓଡିଶାବାସୀଙ୍କୁ ପାଇଁ ଆମେରିକାରୁ ଆସିଲା ବାର୍ତ୍ତା
ଓଡିଶାବାସୀଙ୍କୁ ପାଇଁ ଆମେରିକାରୁ ଆସିଲା ବାର୍ତ୍ତା

40ଦିନ ହେଲା ଘର ଭିତରେ ବନ୍ଦୀ ପରି ଅତିବାହିତ କରୁଛନ୍ତି ଏହି ଦମ୍ପତି। ଏପଟେ ଚିନ୍ତାରେ ସେମାନଙ୍କ ପରିବାର ସଦସ୍ୟ । ବାପମା ଆଖିରୁ ଲୁହ ଶୁଖୁନି । କେବେ ପରିସ୍ଥିତି ସ୍ବାଭାବିକ ହେବ, ପୁଅ ବୋହୁ ସୁରକ୍ଷିତ ଘରକୁ ଫେରିବେ ସେହି ଆଶାରେ ଦିନ ଗଣୁଛନ୍ତି ଦମ୍ପତିଙ୍କ ପରିବାର ସଦସ୍ୟ ।

ଅନୁଗୋଳର ଓଡିଆ ଦମ୍ପତି ଶୁଭକାନ୍ତ ଓ ତାଙ୍କ ସ୍ତ୍ରୀ ସୃଜନିକା ୫ବର୍ଷ ହେଲା ଆମେରିକାର ଚିକାଗୋ ସହରରେ ରହୁଛନ୍ତି । ଶୁଭ୍ରକାନ୍ତ ସେଠାରେ ଏକ ସଂସ୍ଥାରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାମ କରୁଛନ୍ତି । କୋରୋନା ମହାମାରୀକୁ ନେଇ ଆମେରିକାରେ କିଭଳି ରହିଛି ସ୍ଥିତି ସେନେଇ ନିଜ ମତ ରଖିଥିବା ବେଳେ ଓଡ଼ିଶାର ସ୍ଥିତିକୁ ନେଇ ମଧ୍ୟ ଚିନ୍ତା କରିଛନ୍ତି ଏବଂ ସମସ୍ତେ ଘରେ ରହିବାକୁ ନିବେଦନ କରିଛନ୍ତି ଏହି ଦମ୍ପତି ।

ଏହା ସହିତ ସେଠାକାର ଭିଡିଓ ମଧ୍ୟ ପଠାଇଛନ୍ତି । ସେପଟେ ଅନୁଗୋଳରେ ଥିବା ଶୁଭ୍ରକାନ୍ତଙ୍କ ଘରେ ସମସ୍ତେ ଏବେ ଚିନ୍ତାରେ । ଗଣମାଧ୍ୟମରେ ଆମେରିକା ସମ୍ପର୍କିତ ଖବର ଦେଖିଲେ ସେମାନଙ୍କ ଛାତି ଥରୁଛି । ଏ ମାସରେ ପୁଅ ବୋହୂ ଘରକୁ ଆସି ଥାଆନ୍ତେ । ଆସି ତ ପାରିଲେନି । ହେଲେ ମୃତ୍ୟୁର ଚକ୍ରବ୍ୟୁହ ଭିତରେ ସେମାନେ ଡରି ଡରି ବଞ୍ଚି ରହିଛନ୍ତି । ଏବେ ପରିବାରର ଅପେକ୍ଷା କେବେ ସ୍ଥିତିରେ ସୁଧାର ଆସିବ ଆଉ ଘରର ପୁଅ ଘରକୁ ଫେରିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ

ABOUT THE AUTHOR

...view details