ଅନୁଗୋଳ: କୋରୋନାକୁ କାବୁ କରିବାକୁ ପ୍ରଶାସନିକ ସ୍ତରରେ ଜୋରଦାର ପ୍ରୟାସ ଜାରି ରହିଛି । ସଂକ୍ରମଣ ବିସ୍ତାରରେ ରୋକ ଲଗାଇବାକୁ ଅନୁଗୋଳରେ 2 ଦିନିଆ ସାପ୍ତାହିକ ସଟ ଡାଉନ ଘୋଷଣା କରାଯାଇଛି । ଶନିବାର ଓ ରବିବାର ସଟ ଡାଉନର କଡା ବଳୟରେ ରହିବ ଜିଲ୍ଲା । ଆଜି ମାସର ଦ୍ବିତୀୟ ଶନିବାର । ଜିଲ୍ଲାରେ ସଟଡାଉନକୁ କଡାକଡି ପାଳନ କରାଯାଉଛି ।
ଜିଲ୍ଲା ସମସ୍ତ ଉପଖଣ୍ଡରେ ଲୋକଙ୍କ ଯିବା ଆସିବା ଉପରେ କଟକଣା ଲଗାଯାଇଛି। ନିହାତି କାମ ନଥିଲେ ଘରୁ ନ ବାହାରିବାକୁ ପୋଲିସ ପକ୍ଷରୁ ବାରଣ କରାଯାଉଛି । ସବୁ ଛକ ଓ ପ୍ରବେଶ ପଥରେ ପୋଲିସ ପକ୍ଷରୁ କଡା ପ୍ରହରା ରହିଛି । ଜିଲ୍ଲାରେ କୋରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଚଳିତ ମାସ ସାରା 2 ଦିନିଆ ସପ୍ତାହିକ ସଟ ଡାଉନ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି ।