ଓଡିଶା

odisha

ETV Bharat / state

Teachers Strike: କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ - କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘର ଆଗରେ ଶିକ୍ଷକଙ୍କ ଆନ୍ଦୋଳନ। ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଘର ଆଗରେ ପ୍ରତିବାଦ କରିଛନ୍ତି ଶିକ୍ଷକ । ଅଧିକ ପଢନ୍ତୁ

କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଶିକ୍ଷକଙ୍କ ବିକ୍ଷୋଭ
କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଶିକ୍ଷକଙ୍କ ବିକ୍ଷୋଭ

By

Published : Nov 18, 2021, 5:12 PM IST

ଅନୁଗୋଳ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘର ଆଗରେ ଶିକ୍ଷକଙ୍କ ଆନ୍ଦୋଳନ । ଶତାଧିକ ଶିକ୍ଷକ ପ୍ରତିବାଦ ଶୋଭାଯାତ୍ରାରେ ଆସି ଅନୁଗୋଳ ଜିଲ୍ଲାର ତାଳଚେର ହାଣ୍ଡିଧୂଆଁ ଠାରେ ଥିବା ମନ୍ତ୍ରୀଙ୍କ ପୈତୃକ ଘର ସମ୍ମୁଖରେ ବିକ୍ଷୋଭ କରିଛନ୍ତି । ଜିଲ୍ଲାରୁ ମୋଟର ସାଇକେଲ୍ ରାଲିରେ ଆସି ତାଳଚେର ସହରରେ ଏକ ଶୋଭାଯାତ୍ରା ପରେ ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଘର ଆଗରେ ପ୍ରତିବାଦ କରିଛନ୍ତି ଶିକ୍ଷକ । ନୋ କ୍ଲିଅରାନ୍ସ ଟ୍ୟାଗ (NC TAG) ହଟାଇବା ଦାବିରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି ।

କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଶିକ୍ଷକଙ୍କ ବିକ୍ଷୋଭ

ସେମାନଙ୍କ ଅଭିଯୋଗ ହେଲା ଯେ ଦେଶର 1 ଲକ୍ଷ 80 ହଜାର ଶିକ୍ଷକ 2017 ମସିହାରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସଂସ୍ଥା ଏନଆଇଓଅସରେ ଶିକ୍ଷକମାନେ 2 ବର୍ଷୀୟା ଡିଇଏଲଇଡି କୋର୍ସ କରିଥିଲେ । ଏଥିପାଇଁ ପ୍ରତ୍ୟେକଙ୍କ 1 ଲକ୍ଷରୁ ଅଧିକ ଖର୍ଚ୍ଚାନ୍ତ ହୋଇ ପାସ କରିଥିଲେ । କିନ୍ତୁ ସେମାନଙ୍କୁ ସାର୍ଟିଫିକେଟ ନ ଦେଇ ନୋ କ୍ଲିଅରାନ୍ସ ଟ୍ୟାଗ ଲଗାଇ ଦିଆଗଲା । ସେଥିପାଇଁ ଶିକ୍ଷକ ମାନଙ୍କର ଚାକିରୀ ଯିବାର ଭୟ ରହିଛି । ଦୀର୍ଘ 2 ବର୍ଷ ହେଲା ଏଭଳି ଅବସ୍ଥା ଲାଗି ରହିଥିବା ବେଳେ ସରକାର ଏହାକୁ କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details