ଓଡିଶା

odisha

ETV Bharat / state

ଅନୁଗୋଳରେ ଟାଇକୋଣ୍ଡୋ ଆସୋସିଏସନ ତରଫରୁ ପ୍ରତିଯୋଗିତା

ଟାଇକୋଣ୍ଡୋ କେବଳ ଯେ ପିଲାଙ୍କୁ ଫିଟ ରଖିବ, ତାହା ନୁହେଁ ବରଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପିଲାମାନଙ୍କର କନଫିଡେନ୍ସ ଲେବୁଲ ବଢାଇବା ସହ ସେମାନଙ୍କୁ ସେଲ୍ଫ ଡିଫେନସ କରିବାରେ ସହାୟତା କରିବ । ଯାହାକୁ ନଜରରେ ରଖି କାର୍ଯ୍ୟ କରୁଛି ଅନୁଗୋଳ ଟାଇକୋଣ୍ଡୋ ଆସୋସିଏସନ । ଅଧିକ ପଢ଼ନ୍ତୁ

ଅନୁଗୋଳରେ  ଟାଇକୋଣ୍ଡୋ ଆସୋସିଏସନ ତରଫରୁ  ପ୍ରତିଯୋଗିତା
ଅନୁଗୋଳରେ ଟାଇକୋଣ୍ଡୋ ଆସୋସିଏସନ ତରଫରୁ ପ୍ରତିଯୋଗିତା

By

Published : Apr 26, 2022, 11:59 AM IST

ଅନୁଗୋଳ : ଟାଇକୋଣ୍ଡୋ କେବଳ ଯେ ପିଲାଙ୍କୁ ଫିଟ ରଖିବ ତାହା ନୁହେଁ ବରଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପିଲାମାନଙ୍କର କନଫିଡେନ୍ସ ଲେବୁଲ ବଢାଇବା ସହ ସେମାନଙ୍କୁ ସେଲ୍ଫ ଡିଫେନସ କରିବାରେ ସହାୟତା କରିବ । ଯାହାକୁ ନଜରରେ ରଖି କାର୍ଯ୍ୟ କରୁଛି ଅନୁଗୋଳ ଟାଇକୋଣ୍ଡୋ ଆସୋସିଏସନ । ପିଲାଙ୍କୁ ଦିଆଯାଇଛି ପ୍ରଶିକ୍ଷଣ । ଅନୁଗୋଳ ଟାଇକୋଣ୍ଡୋ ଆସୋସିଏସନ ତରଫରୁ ଦୀର୍ଘ ଦୁଇ ବର୍ଷ ପରେ ଅନୁଗୋଳ ଷ୍ଟାଡିୟମ ପଡିଆ ଠାରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ପ୍ରାୟ ୫୦ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କର ହୋଇଥିବା ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରଶିକ୍ଷାର୍ଥୀଙ୍କୁ ରେଡ଼, ୟେଲୋ, ଗ୍ରୀନ ଏଭଳି ବିଭିନ୍ନ ବର୍ଗରେ ବେଲ୍ଟ ପ୍ରଦାନ କରାଯାଇଥିଲା ।

ଅନୁଗୋଳରେ ଟାଇକୋଣ୍ଡୋ ଆସୋସିଏସନ ତରଫରୁ ପ୍ରତିଯୋଗିତା

ଚଳିତ ବର୍ଷ କୋରାନାର କଟକଣା କୋହଳ ହେବା ପରେ ପ୍ରତିଯୋଗୀଙ୍କ ମନରେ ଉତ୍ସାହ ଦେଖାଦେଇଥିଲା । ଆସୋସିଏସନର ପ୍ରତିଷ୍ଠାତା ଦୁଶ୍ୟନ୍ତ କୁମାର ନାଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ଶକ୍ତି ପ୍ରସାଦ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଭିଭାବକ ଓ ଆସୋସିଏସନ ସଦସ୍ୟ ଯୋଗ ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details